ଆଗାମୀ ନିର୍ବାଚନରେ ବିଭୁ ପ୍ରସାଦ ମିଶ୍ରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସଂଗଠନ କୁ ମଜବୁତ୍ କରିବାକୁ ଦୃଢ଼ ସଂକଳ୍ପ ନେଇଥିଲେ.

୨୯ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଚାନ୍ଦପୁର :-> ଆଜି ଚାନ୍ଦପୁର ଜୋନ -୨୪ କଂଗ୍ରେସ କମିଟି ତରଫରୁ ବରକନ୍ୟା ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ବରିଷ୍ଠ ନେତା ସାରଙ୍ଗ ପ୍ରଧାନ ଙ୍କ ସଭାପତିତ୍ବରେ ଉକ୍ତ ବୈଠକରେ ପୁରୁଖା କର୍ମୀ ସୁକାନ୍ତ ସେନାପତି, ରଙ୍କନିଧି ମହାପାତ୍ର, ଭିକାରୀ ପାତାଳସିଂ,

ରମେଶ ନାୟକ, ଧ୍ରୁବ ଚରଣ ପରିଡ଼ା, ମାନସ ମହାପାତ୍ର, ପି ସି ସି ଛାତ୍ର କଂଗ୍ରେସ ସମ୍ପାଦକ ଅନିଲ ଚୁଆଲାସିଂ , ଭରତ ପାଇକେରାଙ୍କ ସମେତ ପାଞ୍ଚ ସହ ରୁ ଉର୍ଧ କର୍ମୀ ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଭୁ ପ୍ରସାଦ ମିଶ୍ରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସଂଗଠନ କୁ ମଜବୁତ୍ କରିବାକୁ ଦୃଢ଼ ସଂକଳ୍ପ ନେଇଥିଲେ.















