୨୯ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନିଆଳି :- କଟକ ନିଆଳୀ ତଥା ଓଡିଶା ର ଅଗ୍ରଣୀ ସ୍ଵେଛାସେବୀ ତଥା ଗାନ୍ଧିବାଦୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ର 18 ବର୍ଷ ପୂର୍ତ୍ତୀ ଅବସରରେ ଉଦଘାଟନ ହୋଇଯାଇଛି ଗ୍ରାମୀଣ ମହୋତ୍ସବ ଏବଂ ତ୍ରି ଦିବସୀୟ ଗାନ୍ଧୀ ୟୁବ ଶିବିର. ଏଥିରେ ବାଲୁଗାଁ ମହାବିଦ୍ୟାଳୟ, କସର୍ଦା ମହାବିଦ୍ୟାଳୟ, ଏରଞ୍ଚ ମହାବିଦ୍ୟାଳୟ ମହାତ୍ମା ଗାନ୍ଧୀ କମ୍ପ୍ୟୁଟର ସେଣ୍ଟର ର ଛାତ୍ର ଛାତ୍ରୀ ଯୋଗ ଦେଇ ଗାନ୍ଧୀ ଜୀ ଉପରେ ଆଲୋଚନା ରେ ଭାଗ ନେଇ ଥିଲେ ଆଜି ମୁଖ୍ୟ ଅତିଥି ରୂପେ ସ୍ୱାଧୀନତା ସଂଗ୍ରାମୀ କଣ୍ଡୁରୀ ଚରଣ ମଲ୍ଲିକ
ଙ୍କୁ ସୁଯୋଗ୍ୟ ସନ୍ତାନ କୃଷିବିତ୍ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇ ଗାନ୍ଧୀ ଜୀ ଏବଂ ସ୍ୱାଧୀନତା ସଂଗ୍ରାମୀ ଅବଦାନ ପାଇଁ ଆମେ ସ୍ୱାଧୀନତା ଲାଭ କରିଛୁ ତେଣୁ ସମସ୍ତେ ମୁଖ୍ୟ ସ୍ରୋତ ସାମିଲୀ ହୁଅନ୍ତୁ ଗ୍ରାମାଞ୍ଚଳ ର ବିକାଶ କରନ୍ତୁ ବୋଲି ମତ ପୋଷଣ କରିଥିଲେ. ମୁଖ୍ୟ ବକ୍ତା ରୂପେ ଫୋକସ ପ୍ଲସ ମୁଖ୍ୟ ସମ୍ପାଦକ ସାମ୍ବାଦିକ ଡ଼ ସୁଧାଂଶୁ ଶେଖର ରାଉତ ଯୋଗ ଦେଇ ଆଜି ନିର୍ବାଚନ ମାହୋଲ ମଦ ମାଂସ ପାଖରେ ଲୋକ ସଂଖ୍ୟା ହେଉଥିବା ବେଳେ ଗାନ୍ଧୀ ଶିବିର ଭାଗ ନେଇ ଯୁବକ ମାନେ ଗାନ୍ଧୀ ଜୀ ବିଚାର ଅନୁପ୍ରାଣିତ ହୁଅନ୍ତୁ.
ଏବଂ ସତ୍ୟ ର ପଥ ରେ ପଥିକ ହୁଅନ୍ତୁ ରାସ୍ତା କଠିନ ହୋଇ ଥାଏ ପାରେ କିନ୍ତୁ ପରାଜୟ କେବେ ହୋଇ ନ ଥାଏ. ସମ୍ମାନିତ ଅତିଥି ରୂପେ ସିଠାଳ ସରପଞ୍ଚ ଶ୍ରୀମତୀ କବିତା ମହାପାତ୍ର ଯୋଗ ଦେଇ ମହିଳା ମାନଙ୍କୁ ଯଦି ଜନସମାଜ ରେ ଅଗ୍ରାଧିକାର କିଏ ଦେଇଥାନ୍ତି ସେ ହେଉଛନ୍ତି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଜୀ, ଅନ୍ୟ ମାନଙ୍କ ମଧ୍ୟରେ ଡ଼ ପିତାମ୍ବର ସାହୁ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ଶକ୍ତି ପ୍ରକାଶ ଦାସ, ସଭାପତି ପ୍ରସନ୍ନ ପାତ୍ର ଯୋଗ ଦେଇ ଥିଲେ । ଏହି ଅନୁଷ୍ଠାନର ମହତ୍ ଉଦ୍ଦେଶ୍ୟ ନେଇ ଅଞ୍ଚଳବାସୀଙ୍କ ସମେତ ବହୁ ଅନୁଷ୍ଠାନ ପକ୍ଷରୁ ସାଧୁବାଦ ଜଣାଇଛନ୍ତି ।















