ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୪

୨୮ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) କଳାହାଣ୍ଡି :-  ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ୬ ଟି ବସ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀ ମାନେ ରାୟଗଡ଼ାରୁ ରେଳ ଯୋଗେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛନ୍ତି।ତା ୨୭.୦୧.୨୦୨୪ ରିଖ ଠାରୁ ତା ୦୨.୦୨.୨୦୨୪ ରିଖ ପଯ୍ୟନ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ସହ ଖାଦ୍ୟପେୟର ସୁବ୍ୟବସ୍ଥା ସହ ପଠାଯାଇଛି । ସେମାନଙ୍କର ଦାୟିତ୍ଵ ନିର୍ବାହ କରିବା ପାଇଁ ଜିଲ୍ଲାରୁ ୭ ଜଣ ଏସ୍କର୍ଟ ଅଫିସରଙ୍କୁ ଜିଲ୍ଲା ପ୍ରଶାସନ ଦାୟିତ୍ଵ ଅର୍ପଣ କରିଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିଲୋଚନ ପାତ୍ର ମହାଶୟ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଶୁଭକାମନା ଓ ଅଭିନନ୍ଦନ ଜଣାଇଥିଲେ ଏବଂ ସବୁଜ ପତାକା ପ୍ରଦର୍ଶନ କରି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହାସହ ଜିଲ୍ଲା ପ୍ରଶାସନ ତରଫରୁ ଜର୍ଜ ଏମ କେରକେଟା ଡେପୁଟି ସି ଇ ଓ , ଓରମାସ, ସୁବୋଧ ଛତ୍ରିଆ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, କଳାହାଣ୍ଡି ଉପସ୍ଥିତ ଥିଲେ ।