୨୮ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :- ବେଗୁନିଆ ଥାନା ସାନପଦର ଗ୍ରାମସ୍ଥିତ ସାରସ୍ୱତ ସରସ୍ବତୀ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଅପରାହ୍ନରେ ପବିତ୍ର ସାଧାରଣତନ୍ତ୍ର ଦିବସରେ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ସଭାରେ ଶିକ୍ଷାବିତ ରାଜକିଶୋର ବ୍ରହ୍ମା ପୌରୋହିତ୍ୟ କରିଥିଲେ। ଗୁରୁମା ସୀମା ଖୁଣ୍ଟିଆଙ୍କ ମଙ୍ଗଳା ଚରଣ ପାଠ ସହ କାର୍ଯ୍ୟକ୍ରମର ଶୁଭରମ୍ଭ ହୋଇଥିଲା ।ପରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ଶିତିକଣ୍ଠ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ସୁନିତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିରେ ବେଗୁନିଆ ଉପନିବନ୍ଧକ ଅମିତ କୁମାର ସେଠୀ ମୁଖ୍ୟ ଅତିଥି, ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରବୀନ୍ଦ୍ର ନାଥ ପାଣିଗ୍ରାହୀ ମୁଖ୍ୟ ବକ୍ତା,
ଇଂ ସନ୍ତୋଷ କୁମାର ସାହୁ,ସ୍ଥାନୀୟ ସରପଞ୍ଚ ବୈକୁଣ୍ଠ ନାଥ ସ୍ୱାଇଁ, ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର ଓ ସମାଜସେବୀ ଭାଗିରଥି ପରମାଣିକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ରାଷ୍ଟ୍ରର ସର୍ବଶ୍ରେଷ୍ଠ ସମ୍ପଦ ମାନବ ସମ୍ବଳର ବିକାଶ ହେଲେ ଜାତିର ବିକାଶ ଅବଶ୍ୟମ୍ଭାବୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ଦ୍ୱାରା ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଗୁରୁଜୀ ବିଜୟ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିବା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ବରିବେଷିତ ହୋଇଥିଲା । ଅନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ














