No Result
View All Result
୨୮ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :- ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ନ୍ୟାୟରେ, ମଦ ଜବତ କରିବାକୁ ଯାଇ ବନ୍ଧୁକ ଜବତ କରିଛି ବାଣିଗୋଛା ପୁଲିସ । ବାଣୀଗୋଛା ଥାନା ଅନ୍ତର୍ଗତ ବୁରୁପାଲୁ ବେହେରା ସାହି ଗ୍ରାମରେ ଗତକାଲି ସଂଧ୍ୟାରେ ପୁଲିସକୁ
ଏଭଳି ସଫଳତା ମିଳିଛି । ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ କହିବା ଅନୁଯାୟୀ, ଗ୍ରାମର ଗୌତମ ବେହେରାଙ୍କ ପୁଅ ନାଭିଦତ୍ତ ବେହେରା ବେଆଇନ ଭାବେ ମଦ ବ୍ୟବସାୟ କରୁଥିବା
ନେଇ ଅଭିଯୋଗ ହୋଇଥିଲା । ଗତକାଲି ସଂଧ୍ୟାରେ ଚଢ଼ଉ କରାଯାଇ ଘର ଯାଞ୍ଚ କରାଯିବା ସମୟରେ ଘରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏହାକୁ ଜବତ କରାଯିବା ସହ
ତଦନ୍ତ କରାଯାଇଥିଲା ।
ଯେଉଁଥିରେ ସେ ଦୀର୍ଘଦିନ ଧରି ଘରେ ବନ୍ଧୁକ ରଖିବା ସହ ଜଙ୍ଗଲରୁ ବେଆଇନ୍ ଭାବେ ଶିକାର କରୁଥିବା ଜଣାପଡ଼ିଛି । ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ଥାଉକି, ଦଶପଲ୍ଲା ପଶ୍ଚିମାଞ୍ଚଳରେ ଘରେ ଘରେ ଚୋରା ବନ୍ଧୁକ ରହିଥିବା ଅନୁମାନ କରାଯାଉଥିବାବେଳେ,ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଜଣାଯାଇଛି । ବନ ବିଭାଗ ଏବଂ ପୁଲିସ୍ ବିଭାଗର ତାଳମେଳ ର ଅଭାବ ଯୋଗୁଁ ଏ ଭଳି ଘଟଣା ଘଟୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି । ଗତ ୧୭ ତାରିଖ ଦିନ ମଧ୍ୟ ବାଣୀଗୋଛା ପୁଲିସ ଦୁଡୁକିପାଜୁ ଗ୍ରାମରେ ଚଢ଼ଉ କରି ଗୁରୁଦେବ ମଳିକଙ୍କଠାରୁ ଏକ ଦେଶୀ ବନ୍ଧୁକ ଜବତ କରିଥିଲା ।

No Result
View All Result