ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

୨୭ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭବାନୀପାଟଣା :-> ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ମାନ୍ୟବର ଜଳସମ୍ପଦ , ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସକାଳ ଘ ୮.୩୦ ମି ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମବେତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ପ୍ରାତଃ ଘ ୫.୦୦ମି ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ଵାରା ରାମଧୂନ୍ ପରିବେଷଣ ,ସକାଳ ୭.୦୦ ଘ ସମୟରେ ସହର ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଭାତ ଫେରି,ସକାଳ ୭.୩୦ ମି ସମୟରେ ସହର ର ସମସ୍ତ ସରକାରୀ ଓ ବେସକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

ମୂଖ୍ୟଅତିଥୀ ନିଜ ବକ୍ତବ୍ୟରେ ଦେଶ ତଥା ଆମ ରାଜ୍ୟର ବିକାଶର ଅଗ୍ରଗତି ସହିତ ତାଳ ଦେଇ କଳାହାଣ୍ଡି ଜିଲ୍ଲା ର ପରିବର୍ତ୍ତିତ କୃଷି,ସ୍ଵାସ୍ଥ୍ୟ,ଗମନାଗମନ, ଶିକ୍ଷାର ରୂପାନ୍ତରଣ ସମ୍ପର୍କରେ କହିବା ସହ ରାଜ୍ୟ ସରକାର ସବୁବେଳେ ଜିଲ୍ଳାକୁ ସମସ୍ତ କ୍ଷେତ୍ରରେ କିଭଲି ପ୍ରାଧାନ୍ୟ ଦେଉଛନ୍ତି ତା ଉପରେ କହିଥିଲେ ।ପତାକା ମଞ୍ଚରେ ମୂଖ୍ୟ ଅତିଥୀ ଙ୍କ ସହ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଉପସ୍ଥିତ ଥିଲେ । ପ୍ୟାରେଡ ପଡ଼ିଆ ରେ ମୋଟ ୪୨ ଟି ଶିକ୍ଷାନୁଷ୍ଠନ ଓ ପୋଲିସ ପ୍ଲାଟୁନ୍ ସହ ଶାରୀରିକ କ୍ରୀଡା କୌଶଳରେ ୩ ଟି ଶିକ୍ଷାନୁଷ୍ଠାନ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଠାରୁ ପ୍ୟାରେଡ ପ୍ରତିଯୋଗିତାର ବିଜୟୀ ଦଳ ରନିଂ ସିଲ୍ଡ ଓ କପ୍ ଗ୍ରହଣ କରିଥିଲେ।

ସିନିଅର ଏନ୍ ସି ସି ରେ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ (ଆର୍ମି ୱିଂ ), ଜୁନିଅର ଏନ୍ ସି ସି ରେ କେନ୍ଦ୍ରୀୟ ବିଦ୍ୟାଳୟ ( ନାଭାଲ ୱିଂ), ସ୍କାଉଟ ରେ ମାଣିକେଶ୍ବରୀ ହାଇସ୍କୁଲ, ଗାଇଡ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଜୁନିଅର ରେଡକ୍ରସ ରେ ବିକାଶ ଆବାସିକ ସ୍କୁଲ, ସିନିୟର୍ ସିଭିଲିଏନ୍ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜ ବିହାର,ଜୁନିଅର ସିଭିଲିଏନ୍ ରେ ଶାସ୍ତ୍ରୀଜୀ ଶିକ୍ଷା ନିକେତନ , ବେଷ୍ଟ ପ୍ଲାଟୁନ ସିନିୟର୍ କମାଣ୍ଡର ରେ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ (ନାଭାଲ ୱିଂ), ବେଷ୍ଟ ଲିଟିଲ୍ କମାଣ୍ଡର ବିମଳା କନଭେଣ୍ଟ ସ୍କୁଲ ଜୁନିଅର ସିଭି ଲିଆନ୍ ଏବଂ ମାସଡ୍ରିଲ ରେ ଶାସ୍ତ୍ରୀଜୀ ଶିକ୍ଷାନିକେତନ ପ୍ରଥମ,

ହାଇଟେକ୍ ପବ୍ଲିକ ସ୍କୁଲ ଦ୍ଵିତୀୟ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ତୃତୀୟ ପୁରସ୍କାର ଲାଭ କରିଥିଲେ। ପ୍ୟାରେଡ ବିଚାରକ ଭାବେ ଶ୍ରୀ ଅଜୟ ମିଶ୍ର,ଶ୍ରୀ ଦୁର୍ଗା ଚରଣ ମିଶ୍ର ଏବଂ ଇନ୍ସପେକ୍ଟର ମଦନ ସିଂ ସି ଆର୍ ପି ଏଫ୍ ଉପସ୍ଥିତ ଥିଲେ।ପଡିଆ କାର୍ଯ୍ୟକ୍ରମ ପରେ ମୂଖ୍ୟ ଅତିଥୀ ଅଣ ଗେଜେ ଟେଡ କର୍ମଚାରୀ ସଂଘ୍ ଦ୍ବାରା ଆୟୋଜିତ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିବାସହ ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ଓ ସେବା ଅନୁଷ୍ଠାନ ତରଫରୁ ଡାକ୍ତରଖାନାର ଶିଶୁ ୱାର୍ଡ ଓ ସର୍ଜରୀ ୱାର୍ଡ ରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଏହାପରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦର୍ୱାନ ଏବଂ ତ୍ରିଲୋଚନ ପାତ୍ର,

ଡି ଡି , ପ୍ଲାନିଂ,ଡି ଆଇ ପି ଆର୍ ଓ ପ୍ରମୁଖ ମହାବୀର ସାଂସ୍କୃତିକ ଅନୁଷ୍ଠାନ , ରୋଟାରୀ କ୍ଲବ,ଯୋଗାଣ ବିଭାଗ, ଆର୍ ଡବ୍ଲୁ ଏସ୍ ଏସ ଦ୍ଵାରା ପ୍ରଦତ୍ତ ମିଷ୍ଟାନ୍ନ ଓ ଫଳ ରେଡକ୍ରସ ଦିବ୍ୟାଙ୍ଗ ବିଦ୍ୟାଳୟ,ଶିଶୁ ଭାରତୀ ଅନଥାଶ୍ରମ ,ଜିଲ୍ଲା କାରାଗାର, ପର୍ଯ୍ୟବେକ୍ଷଣ ଗୃହ ର ଅନ୍ତେବାସୀ ମାନଙ୍କୁ ବଣ୍ଟନ କରିଥିଲେ।ଅପରାହ୍ନ ୪.୦୦ ଘ ସମୟରେ ରେଡକ୍ରସ ଦିବ୍ୟାଙ୍ଗ ଛାତ୍ର ମାନଙ୍କ ମଧ୍ୟରେ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ପରିସରରେ ଏକ ପ୍ରଦର୍ଶନୀ ଭଲିବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୬.୩୦ ମି଼ ସମୟରେ ଟାଉନ ହଲ ଠାରେ ସାଂସ୍କୃତିକ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ ୱାନ , ସମ୍ମାନିତ ଅତିଥି ରୂପେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା,ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ ଦାସ,

ଡି ଡି ପ୍ଲାନିଂ ଶ୍ରୀ କାନ୍ତ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ। ଗତ ୨୩.୧.୨୦୨୩ ରିଖ ରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଂକ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ,ଚିତ୍ରାଙ୍କନ, କୁଇଜ୍ ରେ ଉତିର୍ଣ୍ଣ ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିଗଣ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ ।ଝୋଟି ଏବଂ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାରମ୍ୱିକ ସଙ୍ଗୀତ,ଓଡ଼ିଶୀ ନୃତ୍ୟ ଓ ଅନ୍ୟାନ୍ୟ ଦେଶାତ୍ମବୋଧକ ଓ ଭକ୍ତି ନୃତ୍ୟରେ ସରସ୍ଵତୀ ବିଦ୍ୟା ମନ୍ଦିର,କଳାହାଣ୍ଡି କଳା କେନ୍ଦ୍ର,ଉଦୟ ଡାନ୍ସ ଗ୍ରୁପ, ଏନ୍ ଏସ୍ ଡାନ୍ସ ଗ୍ରୁପ, ଡ଼ାନ୍ସ ,ଅରବିନ୍ଦ କଳା ବିକାଶ କେନ୍ଦ୍ର , ନଟରାଜ ସାଂସ୍କୃତିକ ପରିଷଦ,ମୟୁରି,ବଲ୍ ଗୋପାଳ ସେବା ନିକେତନ,

ସୋନି ଡାନ୍ସ,କଳାହାଣ୍ଡି ନୃତ୍ୟ ସାଂସ୍କୃତିକ,ନୁପୁର ଡାନ୍ସ, ଜେ କେ ଡାନ୍ସ ଭାଗ ନେଇ ନିଜର କଳା ପ୍ରଦର୍ଶନ କରିଥିଲେ। ଏହି ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ସଂଚାଲନ ବିରଞ୍ଚି ମୁଣ୍ଡ କରିଥିଲେ।ପ୍ୟାରେଡ ପଡ଼ିଆରେ ବହୁ ସଂଖ୍ୟାରେ ଜନସାଧାରଣ,ବିଭାଗୀୟ ଅଧିକାରୀ,ଜନ ପ୍ରତିନିଧି,ଶିକ୍ଷାନୁଷ୍ଠାନ କର୍ମକର୍ତ୍ତା, ସ୍କୁଲ କଲେଜ ଛାତ୍ର ଛାତ୍ରୀ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ପ୍ୟାରେଡ ପଡିଆ ଓ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଡି ଆଇ ପି ଆର୍ ଓ ମନୋଜ ବେହେରା ପରିଚାଳନା କରିଥିଲେ । ପ୍ୟାରେଡ ପଡ଼ିଆରେ କାର୍ଯ୍ୟକ୍ରମକୁ ହେମନ୍ତ ମୁଣ୍ଡ ସଞ୍ଚାଳନ କରିଥିବା ବେଳେ ଏନ୍ ସି ସି ଅଧିକାରୀ ରବି କାନୁନଗୋ, ଶିକ୍ଷକ ଶୁଭେନ୍ଦୁ ଶେଖର ବେହେରା, ପି ଇ ଶିକ୍ଷକ ସଞ୍ଜୟ ମିଶ୍ର ଏବଂ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ ।