No Result
View All Result
୨୭ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ସରକାର ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ, ବିଧବା, ଅସହାୟ ମାନଙ୍କୁ ପ୍ରତି ମାସରେ ଭତ୍ତା ଦେବା ବ୍ୟବସ୍ଥା କରିଛନ୍ତି । କିନ୍ତୁ, ଅନେକ ସମୟରେ ପ୍ରାଥମିକ ସ୍ତରରେ କିଛି ଅସାଧୁ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ଦାୟିତ୍ବହୀନତା, ଅବହେଳା, ଯୋଗୁଁ ଏହି ଯୋଜନା ଲୋକଙ୍କ ନିକଟକୁ ପହଞ୍ଚି ପାରୁନାହିଁ। ଜୀବିତ ଥିବା ବୃଦ୍ଧ ମହିଳାଙ୍କୁ ମୃତ ଦର୍ଶାଇ ଭତ୍ତା ଟଙ୍କା କାଟି ଦିଆ ଯାଇଥିବା ଘଟଣା ଏବେ ସାଧାରଣରେ ବହୁତ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅଧୀନରେ ଥିବା ମେରାପଲ୍ଲୀ ଗ୍ରାମ ପଞ୍ଚାୟତର ଲୁଦୃ ଗାଁର ମାଣିକ ନାୟକଙ୍କ କ୍ଷେତ୍ରରେ ଘଟିଛି। ଏହି ବୃଦ୍ଧ ମହିଳା ଜଣଙ୍କ ବୟସ ଏବେ ୭୫ ବର୍ଷ ହେବ। ସେ ନିଜେ ଚାଲି ପାରୁନଥିବାରୁ ଅନ୍ୟର ସହାରା ନେଉଛନ୍ତି।

ତାଙ୍କ ନାମ ଭତ୍ତା ତାଲିକାରୁ ମୃତ୍ୟୁ ତାଲିକାରେ ଦର୍ଶାଯାଇଛି। ଉକ୍ତ ମହିଳା ଦୀର୍ଘ ୬ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବରୁ ବଞ୍ଚିତ ଅଛନ୍ତି। ଏନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉକ୍ତ ମହିଳା ନିଜ ଗାଁରେ ରହି ଭତ୍ତା ପାଉଥିଲେ। କିନ୍ତୁ ବୃଦ୍ଧ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କାରଣରୁ ତାଙ୍କ ପୁଅ ଶ୍ରୀ ମିଳନ ନାୟକଙ୍କ ପାଖରେ ଚନ୍ଦ୍ରଗିରି ଗ୍ରାମରେ ରହିବାକୁ ଚାଲିଆସିଥିଲେ। ଚନ୍ଦ୍ରଗିରି କାନାରା ବ୍ୟାଙ୍କରେ ଥିବା ମହିଳାଙ୍କ ଆକାଉଣ୍ଟ କୁ ଭତ୍ତା ଟଙ୍କା ଆସୁଥିଲା।
ବିଡମ୍ବନା ର ବିଷୟ ଏହି କି ଯେ ଗତ କିଛିମାସ ଆଉ ଭତ୍ତା ଟଙ୍କା ନସିବାରୁ ଉକ୍ତ ମହିଳାଙ୍କ ପୁଅ ଏନେଇ ମୋହନ ବ୍ଲକ ସାମାଜିକ ସୁରକ୍ଷା ସଶକ୍ତିକରଣ ବିଭାଗରେ ଏହି ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ପଚାରି ବୁଝିଥିଲେ ଯେ ମାଣିକ ନାୟକଙ୍କୁ ପଞ୍ଚାୟତ ସ୍ତରରେ ମୃତ୍ୟୁ ଘୋଷଣା କରିଥିବାରୁ ତାଙ୍କ ଭତ୍ତା କୋଟିଯାଇଥିବା ନେଇ ସେ ଲିଖିତ ସୂଚନା ଗୁଡ଼ିକ ପାଇଥିଲେ। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ଜଣେ ବୃଦ୍ଧ ମହିଳା ଜୀବିତ ଥାଇ କିପିରି ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି? ତେଣୁ ଯେଉଁ ନେତା କିମ୍ବା ଅଧିକାରୀ ମାନେ ଏଭଳି ଅନୈତିକ କାର୍ଯ୍ୟ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତାଙ୍କ ବିରୋଧରେ ସରକାରଙ୍କ ନୀୟମ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

No Result
View All Result