୨୭ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଚାନ୍ଦପୁର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡପଡା ର ନୀଳକଣ୍ଠେଶ୍ଵର ଦେବ ବିଦ୍ଯାପୀଠ ରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ନନ୍ଦକିଶୋର ସ୍ମାରକୀ ମେଧା ପ୍ରୋତ୍ସାହନ କାର୍ଯ୍ୟକ୍ରମ କରାଯାଇ ଥିଲା । ବିଦ୍ଯାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଗଣ ଜାତୀୟ ପତାକା ଉତ୍ତୋଳନ ପରେ ଗ୍ରାମ ପରିକ୍ରମା କରିଥିଲେ । ଏହାପରେ ପ୍ରଧାନ ଶିକ୍ଷକ ଦାସରଥି ମାଝୀଂକ ସଭାପତିତ୍ୱରେ ଏକ ସଭା ର ଆୟୋଜନ କରାଯାଇ ଥିଲା ସାଧାରଣତନ୍ତ୍ର ଦିବସ ର ମହତ୍ବ ସଂପର୍କ ରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନେ ଅଭିଭାଷଣ ପ୍ରଦାନ କରିଥିଲେ ।
ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନଂକ ସହଯୋଗ ରେ ପୂର୍ବ ବର୍ଷମାନଙ୍କ ଭଳି ଚଳିତବର୍ଷ ତାଙ୍କ ପିତାଙ୍କ ସ୍ମ୍ରୁତି ଉଦ୍ଦେଶ୍ଯରେ ହେଉଥିବା ନନ୍ଦକିଶୋର ସ୍ମାରକୀ ମେଧା ପ୍ରୋତ୍ସାହନ କାର୍ଯ୍ୟକ୍ରମ କରାଯାଇ ଥିଲା । ବିଦ୍ଯାଳୟ ର ପ୍ରଥମ ରୁ ଦଶମ ପର୍ୟ୍ଯନ୍ତ ପଢୁଥିବା ୩୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ଆକର୍ଷଣୀୟ ପୁରସ୍କାର ଦିଆଯାଇ ଥିଲା ।ସଂସ୍କୃତ ଶିକ୍ଷକ ପ୍ରଦୁମ୍ନ କୁମାର ସାଥୁଆ ମହୋଦୟ ସଭାର ସଂଯୋଜନା କରିଥିଲେ ।ଏହି କାର୍ଯ୍ୟକ୍ରମର ଆୟୋଜକ ମହୋଦୟଙ୍କୁ ପ୍ରଧାନ ଶିକ୍ଷକ ଧନ୍ଯବାଦ ଅର୍ପଣ କରିଥିଲେ














