-
ଶୀତକାଳୀନ ଖେଳ -୨୦୨୪ ଆରମ୍ଭ, ଆନ୍ତ ବିଭାଗୀୟ ଭଲିବଲ୍ ଏବଂ ବାସ୍କେଟ୍ ବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ
କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଏବଂ ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତି ରେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା) ଦ୍ୱାରା “ଶୀତକାଳୀନ ଖେଳ-୨୦୨୪” ମଧ୍ୟ ଉଦ୍ଘାଟିତ ହୋଇଯାଇଛି। ଯେଉଁଥିରେ, ବିଭିନ୍ନ ବୟସ ବର୍ଗର ରେଳ କର୍ମଚାରୀଙ୍କ ଏଵଂ ତାଙ୍କ ୱାର୍ଡ ଗୁଡିକ ପାଇଁ ବ୍ୟାଡମିଣ୍ଟନ୍, କ୍ୟାରମ୍,ଚେସ୍, ଲନ୍ ଟେନିସ୍ ଇତ୍ୟାଦି ବିଭିନ୍ନ ପ୍ରକାର ଇନଡୋର ଏବଂ
ଆଉଟଡୋର ଖେଳ ଅନୁଷ୍ଠିତ ହେବ। ମଣ୍ଡଳର ବିଭିନ୍ନ ବିଭାଗ ମଧ୍ୟରେ ଆନ୍ତଃ ବିଭାଗୀୟ ଭଲିବଲ୍ ଏବଂ ବାସ୍କେଟ୍ ବଲ୍ ଟୁର୍ନାମେଣ୍ଟ ଆୟୋଜିତ ହେବ।ସମସ୍ତ ଟୁର୍ନାମେଣ୍ଟ ୨ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ସମସ୍ତ ଟୁର୍ନାମେଣ୍ଟ ଗୁଡ଼ିକ କ୍ରୀଡ଼ା ସଚିବ ଏମ ଡି ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧାରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରୁଛନ୍ତି।

© 2023 Odisha Taza News.