ଓଡିଶା ତାଜା ନ୍ୟୁଜ୍ (୨୩ ଜୁଲାଇ ଗୁରୁବାର) ହିଞ୍ଜିଳିକାଟୁ :- ମହାମାରୀ କରେନା ଭୁତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ । ରାଜ୍ୟର ସର୍ବଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ବୁଧବାର ସୁଦ୍ଧା ରାଜ୍ୟରେ ୨୧ହଜାର ୯୯ ସଂକ୍ରମିତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬ହଜାର ୯ଶହ ୨ ରହିଛନ୍ତି । ରାଜ୍ୟ ସରକାରଙ୍କ ତଥ୍ୟାନୁସାରେ ମେକଳ ଗଞ୍ଜାମରେ ୬୭ଜଣଙ୍କ ମୃତ୍ୟୁ ଘଟିଛି । ଜିଲ୍ଲାରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଲକଡ଼ାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛଇ । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ଅଂଚଳରେ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ଲାଗି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁନ ୨୮ ତାରିଖ ଠାରୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ବୁଧବାର ଠାରୁ କଂଟେନମେଂଟ
କଟକଣାକୁ ଉଠାଇ ଦିଆଯାଇଛି । ତେବେ ଲକଡ଼ାଉନ ସମୟରେ କଟକଣା ପୂର୍ବଭଳି ବଳବତର ରହିବ ବୋଲି ତହସିଲଦାର କହିଛନ୍ତି । ଉକ୍ତ ସମୟରେ କେବଳ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ମାଛ, ମାଂସ ଦୋକାନ, ଦୁଗ୍ଧ ଜାତୀୟ ସାମଗ୍ରୀ ଓ ହୋଲସେଲ ପରିବା ବଜାର ପ୍ରତ୍ୟହ ସକାଳ ୭ଟାରୁ ଅପରାହ୍ନ ୧ଘଂଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ହେଲେ କିଛି ଅମାନିଆ ବ୍ରବସାୟୀ ଏବଂ କିଛି ଲୋକେ କୋଭିଡ଼ ନିୟମକୁ ଉଲଂଘନ କରି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ଓ କୌଣସି କାରଣ ନଥାଇ ବାହାରେ ବିନା ମାସ୍କରେ ବୁଲିବା ଦେଖିବାକୁ ମିଳିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ଜୋରିମାନା ଆଦାୟ କରାଯାଉଥିବାର ଦେଖିବାକୁ ମିଳୁଛି । ତଥାପି କିଛି ବ୍ରବସାୟୀ ଏହାକୁ ଖାତିର ନକରି କୋଭିଡ଼ ନିୟମକୁ ପାଳନ କରୁନଥିବାର ଦେଖିବାକୁ ମିଳିଛି । ଏଭଳି କ୍ଷେତ୍ରରେ ପ୍ରଶାସନ ଆକ୍ସନ ମୁଡ଼ରେ ବାହାରିଛି ।
ତହସିଲଦାର ଗୋପିନାଥ କୁଅଁରଙ୍କ ନେତୃତ୍ୱରେ ଗଠିତ ଏନଫୋର୍ସମେଂଟ ଟିମ୍ ଗଠନ କରାଯାଇ ବୁରୁପୋଡ଼ା, ସିକିରି, ରାଳବ, ନନ୍ଦିକ ପ୍ରଭୃତି ଗ୍ରାମରେ ଚଢାଉ କରି କରୋନା କଟକଣାକୁ ଉଲଂଘନ କରି ବ୍ୟବସାୟ ଚଲାଇଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରୁ ଜୋରିମାନା ଆଦାୟ କରାଯାଇଛି । ଅଗାମୀ ଦିନରେ କରେନା କଟକଣାକୁ ଅବମାନନା କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ଆବଶ୍ୟକ ହେଲେ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ୧ମାସ ସକାଶେ ସିଲ୍ କରାଯିବା ସହ ଥାନାରେ ଏତାଲା ଦିଆଯିବ ବୋଲି ତହସିଲଦାର କୁଅଁର କହିଛନ୍ତି । ରାଜସ୍ୱ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀଙ୍କ ସମେତ ରାଜସ୍ୱ କର୍ମଚାରୀ ମାନେ ଚଢାଉରେ ଅଂଶ ଗ୍ରହଣ କରିଥିଲେ । ହିଞ୍ଜିଳିକାଟୁ, (ଶେଷଦେବ ସାହୁ)