No Result
View All Result
୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଚିଲିକା :-> ମଞ୍ଚ ନିର୍ଦ୍ଦେଶକ ଅଶୋକ କୁମାର ପ୍ରଧାନ ଙ୍କୁ ଚଳିତ ବର୍ଷ ବିଶ୍ଵ ନାଟ୍ୟ ମେଳା ରେ କଟକ କଳାବିକାଶ କେନ୍ଦ୍ ରଙ୍ଗ ମଞ୍ଚ ରେ କଳା ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଅଛି । ଘିଅଖଳା ମଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ଅଭିନୀତ, ଡଃ ପ୍ରତିଭା ରାୟ ଙ୍କ ମୂଳ କାହାଣୀ ମୂଷି ଉପରେ ଆଧାରିତ ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ ଙ୍କ ନାଟ୍ୟ ରୂପାନ୍ତର ଫେରାଇ ଦିଅ ମୋ ପିଲାଦିନ ର ସେ ହେଉଛନ୍ତି ନିର୍ଦ୍ଦେଶକ।

ଥିଏଟର ମୁଭ୍ ମେଣ୍ଟ୍,କଟକ ଦ୍ଵାରା ଆୟୋଜିତ ବିଶ୍ଵ ନାଟ୍ୟ ମେଳା ୨୦୨୪ ଅବସରରେ କଟକ କଳାବିକାଶ କେନ୍ଦ୍ର ରଙ୍ଗ ମଞ୍ଚ ରେ ବିଚାରକ ମାନଙ୍କ ଠାରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି । ତାଙ୍କ ନିର୍ଦ୍ଦେଶିତ ନାଟକ ଫେରାଇ ଦିଅ ମୋ ପିଲାଦିନ ମଧ୍ୟ ଶ୍ରେଷ୍ଠ ୨ୟ ନିର୍ଦ୍ଦେଶକ,୨ୟ ଶ୍ରେଷ୍ଠ ଅଭିନେତ୍ରୀ ଜାତୀୟ ପୁରସ୍କାର ଲାଭ କରି ଅଞ୍ଚଳ ପାଇଁ ଗୌରବ ଵ୍ରୃଦ୍ଧି ରେ ସହାୟକ ହୋଇଛି ।

No Result
View All Result