No Result
View All Result
୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବାଲୁଗାଁ :-> ଚିଲିକାରେ ବୁଡି ଡ଼ଙ୍ଗା ଚାଳକ ମୃତ l ମୃତକ ହେଲେ ବାଲୁଗାଁ ସମନ୍ତରାପୁର ଗ୍ରାମର ଅଭି ଦୁହୁଡିଙ୍କ ପୁଅ କାହ୍ନ| ଦିହୁଡି( 30 ) l ସୂଚନା ମୁତାବକ ଆଜି ଶୁକ୍ରବାର ସକାଳେ ମାଛମରା ଡ଼ଙ୍ଗା ନେଇ କାହ୍ନl କଂସାରୀ ନଈରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଓ ଡିଜେଲ ନେଇ ମେସିନ ଡ଼ଙ୍ଗାରେ ଯାଉଥିଲେ l

ବାଲୁଗାଁ ଜେଟି ଓ କଳିଯୁଗେଶ୍ଵର ପାହାଡ଼ ମଝି ଚିଲିକାରେ କୌଣସି କାରଣ ଯୋଗୁଁ ଡ଼ଙ୍ଗାରୁ ଖସିପଡ଼ିଥିଲେ କାହ୍ନ| | ଡ଼ଙ୍ଗା ମେସିନ ଫ୍ୟାନରେ ଲାଗିଯିବାରୁ ପାଣି ଭିତରୁ ବାହାରି ନପାରି ମୃତ୍ୟୁ ବରଣ କରିଥିଲେ | ଚିଲିକାରେ ଡ଼ଙ୍ଗା ଟିରେ କୌଣସି ଲୋକ ନଥାଇ ଭାସୁଥିବାର କିଛି ଲୋକ ଦେଖିବା ପରେ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ବାଲୁଗାଁ ଡାକ୍ତର ଖାନାକୁ ଆଣିଥିଲେ |

ଡାକ୍ତର ତାଙ୍କୁ ଦେଖିଲା ପରେ ମୃତ ଘୋଷଣା କରିଥିଲେ l ମୃତକ କାହ୍ନ| ଜଣେ ରୀତିମତ ଡ଼ଙ୍ଗା ଚାଳକ ଥିଲେ l ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନାଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

No Result
View All Result