No Result
View All Result
୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ୍ ର ଅବାରସିଂ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା ।ଉକ୍ତ ଶିବିରରେ ସ୍ଥାନୀୟ ପଞ୍ଚାୟତର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ । ଅବାରସିଂ ପଞ୍ଚାୟତ ମୁଖ୍ୟ ଅତିଥୀ ଭାବେ ବିଡିଓ ଲରିମନ ଖର୍ସେଲ , ମୁଖ୍ୟ ବକ୍ତା ଭାବେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବର, ସରପଞ୍ଚ ଦୁପତୀ ରଇତ,

ସମିତିସଭ୍ୟା ପ୍ରମିତା ଭୂଆଁ, ଜିପିଇଓ ଶଶାଙ୍କ ସେଖର ସୁବୁଦ୍ଧି, ସପଲାଇ ଇନିପେକ୍ଟର ତାପସ ତ୍ରିପାଠି, ନୋଡାଲ ଅଫିସ ନିଳାଞ୍ଚଳ ମହାପାତ୍ର ଓ ରାମଚନ୍ଦ୍ର ଦଳେବେହେରା ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ମୁଖ୍ୟ ଆଲୋଚ୍ୟ ବିଷୟ ହେଲା ମାନ୍ୟବର ଓଡିଶା ସରକାରଙ୍କ ଲୋକାଭିମୁଖୀ ଜନହୀତକାର ଯୋଜନା ମାନ ଜନସାଧାରଣ ଙ୍କ ଯେପରି ମୌଳିକ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ଯଥା ମମତା ଯୋଜନା,

ସାମାଜିକ ସୁରକ୍ଷା, କାଳିଆ ଯୋଜନା, ସ୍ୱାସ୍ଥ୍ୟ ସୁରକ୍ଷା, ଭତ୍ତା,ରାଶନ କାଡ଼,ଜନ୍ମଗ୍ରହଣ ଠାରୁ ମରଣ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ମାନ ଅଛି ଜନସାଧାରଣ ଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଅବାରସିଂ ପଞ୍ଚାୟତ କାର୍ଯ୍ୟାକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ବଜିତ ଲିମା ପରିଚାଳନା କରିଥିଲେ ।

No Result
View All Result