No Result
View All Result
୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବାଣପୁର :-> ନେହେରୁ ସେବା ସଂଘ ପରିସରରେ ଭାରତର ୭୫ ତମ ସାଧାରଣ ତନ୍ତ୍ର ଦିବସ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠାନ ର ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କ ର ବର୍ଣ୍ଣାଢ଼୍ୟ ପ୍ରଭାତ ଫେରି ପରେ ସଂସ୍ଥା ର ଉପାଧ୍ୟକ୍ଷ ପ୍ରଫେସର ବିଜୟ କୁମାର ନନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

କନକ ଭବନରେ ଆୟୋଜିତ ସାଧାରଣ ସଭା ପ୍ରାରମ୍ଭରେ ପ୍ରଦୀପ କୁମାର ଦାସ ଙ୍କ ସୂଚନା ପରେ ସମ୍ପାଦିକା ସୁଶ୍ରୀ ସରୋଜିନୀ ଦାସ, କୋଷାଧ୍ୟକ୍ଷ ଓମ୍ ପ୍ରକାଶ ଅଗ୍ରୱାଲ ଏବଂ ଡ଼ାଃ ସୁରେନ୍ଦ୍ର ନାଥ ପାତ୍ର ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ । ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ବୀରେନ୍ଦ୍ର କୁମାର ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।

No Result
View All Result