୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବାଲୁଗାଁ :-> ଭାରତୀୟ ଜୀବନ ବୀମା କାର୍ଯ୍ୟାଳୟରେ ବାଲୁଗାଁ ଶାଖା ତରଫରୁ ୭୫ତମ ସାଧାରଣ ତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ବାଲୁଗାଁ ଶାଖା ର ବରିଷ୍ଠ ଶାଖା ପ୍ରବନ୍ଧକ ଉମାକାନ୍ତ ଉଦ୍ ଗାତା , ଶାଖା ପ୍ରବନ୍ଧକ ପ୍ରିୟରଞ୍ଜନ ବେହେରା ସମସ୍ତ କର୍ମଚାରୀ, ଅଭିକର୍ତ୍ତା ଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ.
ଏହାପରେ ସେହି ଠାରେ ଗଣତନ୍ତ୍ର ଦିଵସର ତାତ୍ପର୍ଯ୍ୟ ଓ ସାମ୍ପ୍ରତିକ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା , ଭାରତୀୟ ଜୀବନ ବୀମା ଉପରେ ବରିଷ୍ଠ ଶାଖା ପ୍ରବନ୍ଧକ ଉମାକାନ୍ତ ଉଦ୍ ଗାତା, ଶାଖା ପ୍ରବନ୍ଧକ ପ୍ରିୟରଞ୍ଜନ ବେହେରା, ମଣ୍ଡଳ ଅଧିକାରୀ ପଦ୍ମନାଭ ମାଝୀ, ଆସିଷ୍ଟାଣ୍ଟ ଆସ୍ତିକ କୁମାର ଦଳାଇ, ଲିଆଫି ସଂଘ ର ସଭାପତି ତ୍ରିଲୋଚନ ସାହୁ ପ୍ରମୁଖ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଟ୍ରଫି ଓ ମେଡାଲ ଅଭିକର୍ତ୍ତା ମାନଙ୍କୁ ପ୍ରଦାନ କରାଯାଇଥିଲା,ଏଥିରେ ସାମିଲ ହୋଇଥିଲେ ଲିଆଫି ସଂଘ ର ସଭାପତି ତ୍ରିଲୋଚନ ସାହୁ, ସଂପାଦକ ରତିକାନ୍ତ ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ । ଶେଷରେ ସମସ୍ତ ଙ୍କ ପାଇଁ ଜଳଖିଆ ଓ ମିଷ୍ଟାନ୍ନର ବ୍ୟବସ୍ଥା କରାଯାଇଥିଲା ।