No Result
View All Result
୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଚିଲିକା :-> ନାଚୁଣୀ ସ୍ଥିତ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବଡପଦର ସ୍ଥିତ ଜଗତି ପାହାଡ଼ ପାଦଦେଶରେ ଅବସ୍ଥିତ ମନ୍ଦିର କମ୍ପ୍ଲେକ୍ସ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ସଂଘ ର ସମସ୍ତ ସଭ୍ୟ ସଭ୍ୟାଙ୍କ ଵ୍ୟତୀତ ବଡପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ପ୍ରଭାତଫେରି ଅବସରରେ ଯୋଗ ଦେଇ ଥିଲେ ।
ସଂଘ ର ବରିଷ୍ଠ ସଭ୍ୟ ମକରଧ୍ବଜ ପଲେଇଙ୍କ ପ୍ରାରମ୍ଭିକ ସୂଚନା କ୍ରମେ ସଂଘ ର ସଭାପତି ଅଶ୍ଵିନୀ କୁମାର ମହାପାତ୍ର ଙ୍କୁ ଜାତୀୟ ପତାକା ପୀଠକୁ ଆସି ପତାକା ଉତ୍ତୋଳନ କରିବାକୁ ଆହ୍ବାନ ଦିଆଯାଇଥିଲା। ସଭାପତି ପତାକା ଉତ୍ତୋଳନ କରିବା ସହ ସମାବେଶକୁ ସମ୍ବୋଧିତ କରି ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ସଂଘ ର ବରିଷ୍ଠ ସଭ୍ୟ ଭିକାରୀ ଚରଣ ପ୍ରଧାନ, ସତ୍ୟବାଦୀ ପ୍ରଧାନ, ସମ୍ପାଦକ ଦେବେନ୍ଦ୍ରନାଥ ମହାରଥା, ରାମଚନ୍ଦ୍ର ମାର୍ଥା, କୋଷାଧ୍ୟକ୍ଷ ହରିବନ୍ଧୁ ମିଶ୍ର ପ୍ରମୁଖ ଉଦ୍ ଵୋଧନ ଦେଇଥିଲେ। ପରେପରେ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା ।
No Result
View All Result