୨୫ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନେଶ୍ୱର :-> ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ବିଜେଡ଼ି ସରକାରର ଜୁନିୟର ଶିକ୍ଷକ ନିଯୁକ୍ତି ପରୀକ୍ଷା ଫଳ ଘୋଷଣାରେ ଅନିୟମିତତା ପ୍ରତିବାଦରେ ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡିଙ୍କ ସରକାରୀ ବାସଭବନ ଘେରାଉ କରାଯଇଥିଲା । ସେଠାରେ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଏହି ଅନିୟମିତା ପ୍ରତିବାଦରେ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ଓ ଅଣ୍ଡା ମାଡ଼ ହୋଇଥିଲା । ପୁଲିସ୍ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ଅନ୍ୟମାନଙ୍କୁ ସେଠାରୁ ଉଠାଇ ନେଇ ଅଟକ ରଖିଥିଲେ ଏବଂ ପରେ ଛାଡ଼ି ଦେଇଥିଲେ । ଏହି ପରିପ୍ରେକ୍ଷିରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ, ନବୀନ ସରକାର ସମସ୍ତ ସରକାରୀ ଚାକିରୀକୁ ନିଲାମ କରୁଛନ୍ତି ।
୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଯେଉଁ ପ୍ରକ୍ର୍ରିୟାରେ ପରିକ୍ଷା କରାଗଲା ଏବଂ ଫଳାଫଳ ଘୋଷଣା କରାଗଲା ଏଥିରେ ସଂପୂର୍ଣ୍ଣ ଅନୀୟମିତତା ହୋଇଛି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ଓସେପା ଭୂମିକା ଉପରେ ସମସ୍ତେ ସନ୍ଦେହ ପ୍ରକଟ କରିଛନ୍ତି । ଯେଉଁ ସିବିଟି ପରୀକ୍ଷା କରାଯାଇଥିଲା ସେଥିରେ ଅନିୟମିତା ହୋଇଛି । କଟଅଫ୍ ଲିଷ୍ଟକୁ ସାର୍ବଜନୀନ କରିବା ପାଇଁ ଦାବୀ କରାଯାଇଛି । ମେରିଟ୍ ଲିଷ୍ଟ ବାହାରିବା ପୂର୍ବରୁ କଟଅଫ୍ ଲିଷ୍ଟ ପ୍ରକାଶିତ ହେଲା ନାହିଁ । ବହୁ ପରୀକ୍ଷାର୍ଥୀ ଅଧିକ ନମ୍ବର ରଖିଥିଲେ ବି ସେମାନେ ମେରିଟ୍ ଲିଷ୍ଟ ବାଦ ପଡ଼ିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଆଡ଼୍ମିଟ୍ କାର୍ଡ଼ରେ ପରୀକ୍ଷାର୍ଥୀଙ୍କ ନାମ “ମହାଲମାଣ୍ଡା” ଏବଂ ତାଙ୍କ ପିତାଙ୍କ ନାମ “ମହାଲମାଣ୍ଡା ପ୍ରୋ” ଲେଖା ହୋଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟ ଏକ ଆଡ଼ମିଟ୍କାର୍ଡ଼ରେ ଜଣେ ପକ୍ଷୀର ଚିତ୍ର ଥିବା ଦେଖାଦେଇଛି । ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବର୍ଗଙ୍କ ମଧ୍ୟରୁ କେତେ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି ତାହା ମଧ୍ୟ ଜଣାଯାଉନାହିଁ । ୨୦ ହଜାର ପଦବୀ ପାଇଁ ଘୋଷଣା ହୋଇଥିବାବେଳେ ମେରିଟ୍ ଲିଷ୍ଟରେ ୧୮୭୮୮ ଜଣ ରହିଛନ୍ତି । ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ଚାକିରୀ ବିକିରି ନବୀନ ସରକାରର ଏକ ଜଣାଶୁଣା ଯୋଜନା । ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ଜରିଆରେ ଚାକିରୀ ବିକିରି କରାଯାଉଥିଲା । ଛାତ୍ରଛାତ୍ରୀମାନେ ଦିନରାତି ପାଠପଢ଼ି ପ୍ରସ୍ତୁତ ହେଲା ପରେ କିଛି ମୂଲ୍ୟ ରହୁନାହିଁ ।
ପରୀକ୍ଷା ପୂର୍ବରୁ ଚାକିରୀ ନିଲାମ ହୋଇଯାଉଛି । ଅନ୍ୟପକ୍ଷରେ ଏହି ଡିଲ୍ରେ ଉଭୟ ନବୀନ ସରକାର ଓ ମୋଦୀ ସରକାର ସାମିଲ । ଏଣୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯେଉଁ ଅଭିଯୋଗ କରିଛନ୍ତି ତାଙ୍କ ପକ୍ଷରେ ଏହା ଶୋଭା ପାଉନାହିଁ କାରଣ ଏଡ଼ିସିଆଇଏଲ ଯେଉଁ ସଂସ୍ଥା ଏହି ପରୀକ୍ଷାର ଦାୟିତ୍ୱ ନେଇଥିଲେ ସେହି ସଂସ୍ଥାଟି ପରିଚାଳନା ଦାୟିତ୍ୱ କେନ୍ଦ୍ର ଶିକ୍ଷା ବିଭାଗ ଅଧିନରେ ରହିଛି । ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଏହି କଥାକୁ ଫାଙ୍କି ଦେଉଛନ୍ତି । ସୁତରାଂ “ବିଜେଡ଼ି ବିଜେପି କୋଳାକୋଳି, ଲୋକ ଦେଖିବାକୁ କଳି” ।
ତେଣୁ ଦୁଇ ସରକାର ଏହି ଚାକିରି ବିକିରିରେ ସାମିଲ୍ । ତୁରନ୍ତ ଏହି ସ୍କାମ୍ର ପର୍ଦ୍ଦାଫାସ୍ ପାଇଁ ସମସ୍ତଙ୍କ ନମ୍ବର ସାର୍ବଜନୀନ ହେଉ । ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ । ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ଆଲୋକ ଲେଙ୍କା, ଅଜୟ ସାହୁ, ଶଙ୍କୁନା କଅଁର, ନିହାର ବେହେରା, ମହମ୍ମଦ ଗୁଲଫାମ୍, ବିଶ୍ୱଭୂଷଣ ମହାପାତ୍ର, ଉଦ୍ଦିତ୍ ପ୍ରଧାନ, ଭାଗ୍ୟଶ୍ରୀ ମହାନ୍ତି, ସାହାରୁ ଖାନ, ନିଆଜୁ ଇସ୍ଲାମ୍, ସୁରଜ ରାଉତ, ବଳରାମ ନନ୍ଦ, ମହମ୍ମଦ ସମି ଉଲ୍, ସ୍ପନ୍ଦନ ସ୍ୱାଇଁ, ଚିନ୍ମୟ ବେହେରା, ସୌମ୍ୟ ବରାଳ, ରାଜେଶ କୁମାର ଦାସ ଓ ମହମ୍ମଦ ମନୁୱର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।