୨୫ ଜାନୁଆରୀ ୨୦୨୪( ଓଡିଶା ତାଜା ନ୍ୟୁଜ) ଚିଲିକା :- ବିଶ୍ଵ ନାଟ୍ୟ ମେଳା ରେ କାରୁଵାକୀ ନାଟକରେ ଅଭିନୟ କରି ସର୍ଵ ଭାରତୀୟ ସ୍ତରରେ ସମ୍ମାନିତ ହୋଇଥିବା ଚିଲିକା ବ୍ଲକ୍ ଅନ୍ତର୍ଗତ ଵିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ, ଵିରିବାଡି ର ଛାତ୍ରୀ ଯସ୍ମିନ୍ ପ୍ରଧାନ ଙ୍କୁ ଆଜି ଵିଦ୍ୟାଳୟ ପରିସରରେ ଉଚ୍ଛ୍ଵସିତ ସମ୍ଵର୍ଦ୍ଧନା ଦିଆଯାଇଛି। ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ ଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ, ମୁଖ୍ୟବକ୍ତା ସଙ୍ଗୀତ ନିର୍ଦ୍ଦେଶକ ଗୈ। ରାଙ୍ଗ ଚରଣ ମୁଦୁଲି ,ସମ୍ମାନିତ ଅତିଥି ପ୍ରାକ୍ତନ ଆରକ୍ଷୀ ଅଧିକାରୀ ବସନ୍ତ କୁମାର ହରିଚନ୍ଦନ , ଶିକ୍ଷକ ସୁଧୀର କୁମାର ବେହେରା,ଅଶୋକ କୁମାର ବେହେରା, ପ୍ରକାଶ ଚନ୍ଦ୍ର ଦାସ,ପ୍ରତାପ ଚନ୍ଦ୍ର ମହାପାତ୍ର, ଶର୍ମିଷ୍ଠା ଦେଈ,ମୀନାବାଈ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ଵୋଧନ ଛଳରେ ବିଦ୍ୟାଳୟ ର ସହ ଶିକ୍ଷଣ ଓ ଅତିରିକ୍ତ ଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜନିଜର ସୁପ୍ତ ପ୍ରତିଭା ର ଉନ୍ମେଷ କରି ବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ବିଜୟିନୀ ଛାତ୍ରୀ ଯସ୍ମିନ୍ ଭାଵ ବିହ୍ଵଳିତ ହୋଇ ତାଙ୍କର ଅଭିଜ୍ଞତା ବର୍ଣନା କରିଥିଲେ। ଭାଷା ଭିତ୍ତିକ ଓଡ଼ିଆ ନାଟକର ସଫଳତା କାରୁବାକୀ କୁ ମିଳିଥିବାରୁ ତାହାକୁ ଵିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ ଗ୍ରହଣ କରି ପିଲା ମାନଙ୍କୁ ସକଳ କ୍ଷେତ୍ରରେ ଉଦ୍ୟମୀ ଓ ଆତ୍ମବିଶ୍ଵାସୀ ହେବାକୁ କହିଥିଲେ।