No Result
View All Result
୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ମାଲକାନଗିରି :-> ଦକ୍ଷିଣ ଆଫ୍ରିକା ଟୁର ସାରି, ନିଜ ଭିଟାମାଟି କୁ ଫେରିଛନ୍ତି. ମାଲକାନଗିରି ପୁଅ ସତବୀର ସିଂ ରିଆ ଓରାଫ ପପ୍ପୁ ଭାଇ। ସତବୀର ସିଂ ଭାରତୀୟ କ୍ରିକେଟ ଦଳରେ ଦକ୍ଷିଣ ଆଫ୍ରିକା ଟୁର ସମୟରେ ୨ଟି ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ପାଇଁ ମ୍ୟାନେଜର ଭାବରେ ମନୋନୀତ ହୋଇଥିଲେ । ତେବେ ୨ଟି ଟେଷ୍ଟ ମ୍ୟାଚ ରେ ପ୍ରଥମ ମ୍ୟାଚଟି ଦକ୍ଷିଣ ଆଫ୍ରିକା ଜିତି ଥିବା ବେଳେ, ଦ୍ବିତୀୟ ମ୍ୟାଚ ଭାରତୀୟ କ୍ରିକେଟ ଦଳ ଐତିହାସିକ ବିଜୟୀ ହାସଲ କରିଥିଲେ । ଯାହାଫଳରେ ସିରିଜ୍ ଡ୍ର ରହିଥିଲା ।
ଦଳରେ ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ୍, ଭଳି ଷ୍ଟାର କ୍ରିକେଟର ସାମିଲ ରହିଥିଲେ। ତେବେ ସାଉଥ୍ ଆଫ୍ରିକା ଟୁର ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି। ଭାରତୀୟ ସିନିୟର୍ କ୍ରିକେଟ ଟିମ୍ ର ମ୍ୟାନେଜର ସତବୀର ସିଂ। ତାଙ୍କର ଏଭଳି ସଫଳତା ପରେ ସେ ଆଜି ମାଲକାନଗିରି ପହଞ୍ଚିଛନ୍ତି। ତାଙ୍କର ସମର୍ଥକ, ସହିତ ବିଭିନ୍ନ ବିଦ୍ୟାଳୟରୁ ଯୁବ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, କ୍ରିକେଟ ପ୍ରେମୀ,

ବିଭିନ୍ନ କ୍ରୀଡ଼ାବିତ୍ତ, ତାଙ୍କର ସାଙ୍ଗସାଥୀ ମାନେ ବିରାଟ ଶୋଭାଯାତ୍ରା କରି ଫୁଲମାଳ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି । ପିଲାଟି ଦିନରୁ କ୍ରିକେଟ, ବ୍ୟାଡମିଟନ ଖେଳ ପ୍ରରି ଆଗ୍ରହ ଥିଲା । ସମୟ ପାଇଲେ କ୍ରିକେଟ ଓ ବ୍ୟାଡମିଟନ ରେସମୟ କାଟନ୍ତି।ଆଜି ମାଲକାନଗିରି ରେ ସ୍ୱାଗତ କରିବା ସମୟରେ ଲୋକଙ୍କ ଭଳପାଇବା ଦେଖି ଭାବ ବିହ୍ୱଳ ହୋଇ ପଡ଼ିଥିଲେ ସତବୀର । ତାଙ୍କର ପ୍ରତ୍ୟେକଟୀ ମୂହୁର୍ତ୍ତର ଅନୁଭୂତି ଆମ ସହିତ ବଖାଣି ଛନ୍ତି ।

No Result
View All Result