No Result
View All Result
୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଗିରିକାନପାଲ୍ଲୀ ପଞ୍ଚାୟତ ସ୍ଥିତ ଏମ୍.ଭି-୯୫ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ବିଦ୍ୟାଳୟସ୍ତରୀୟ ପ୍ରତିଭା ଅନ୍ୱେଷଣ ଓ ସୃଜନୀ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ୪ଟି କ୍ଲବ ଯଥା ସାହିତ୍ୟ ସୃଜନୀ, କୌଶଳୀ, ଜିଜ୍ଞାସା ଓ କ୍ରୀଡାଙ୍ଗନା ସଭ୍ୟ ସଭ୍ୟା ବିଭିନ୍ନ ସୃଜନୀଶୀଳତା ଉପସ୍ଥାପନା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ମୁଖୀଙ୍କ ଉପସ୍ଥିତ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମେନକା କବାସୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ଦେବେ ମାଢି ଯୋଗ ଦେଇଥିଲେ, ମୁଖ୍ୟ ବକ୍ତା ଭାବରେ ଗାଁ ସଭାପତି ଶ୍ରୀଯୁକ୍ତ ଶଙ୍କର ଦତ୍ତ ଯୋଗଦାନ କରିଥିଲେ । ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସରକାର, ବିଶ୍ୱଜିତ ମଲ୍ଲିକ, ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ଶ୍ରୀଯୁକ୍ତ ଆଲୋକ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଉପସ୍ଥିତ ଥିବା ସମସ୍ତ ଅତିଥି ବୃନ୍ଦଙ୍କୁ ଫୁଲ ତୋଳା ସହିତ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ତଥା ଗାଁ ଯୁବ କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ସହିତ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ର ପରିଶେଷରେ ପ୍ରଧାନ ଶିକ୍ଷକ ଉପସ୍ଥିତ ଥିବା ସମସ୍ତ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result