୨୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଉତ୍ତରପ୍ରଦେଶ/ଅଯୋଧ୍ୟା :-> ମନ୍ଦିର ନିର୍ମାଣ ପରମ୍ପରାଗତ ନାଗର ଶୈଳୀରେ ହେଉଛି ମନ୍ଦିରର ଦୈର୍ଘ୍ୟ (ପୂର୍ବ ପଶ୍ଚିମ)୩୮୦ ଫୁଟ, ପ୍ରସ୍ଥ ୨୫୦ ଫୁଟ,ଏବଂ ଉଚ୍ଚତା ୧୬୧ ଫୁଟ ଅଟେ। ମନ୍ଦିର ଦିନି ମହଲା ବିଶିଷ୍ଟ ହୋଇଛି । ପ୍ରତ୍ୟେକ ମହଲାର ଉଚ୍ଚତା ୨୦ ଫୁଟ, ମନ୍ଦିରରେ ମୋଟ ୩୯୨ଟି ସ୍ତମ୍ଭ ଏବଂ ୪୪ଟି ପ୍ରବେଶ ଦ୍ବାର ରହିଛି।
ତଳ ମହଲା ସ୍ଥିତ ଗର୍ଭ ଗୃହରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ଏବଂ ପ୍ରଥମ ମହଲା ସ୍ଥିତ ଗର୍ଭ ଗୃହରେ ଶ୍ରୀରାମ ଦରବାର ରହିଛି । ମନ୍ଦିରରେ ମୋଟ ୫ଟି ମଣ୍ଡପ ରହିଛି । ଯଥା- ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଏବଂ କୀର୍ତ୍ତନ ମଣ୍ଡପ
ସ୍ତମ୍ଭ ଏବଂ କାନ୍ଥମାନଙ୍କରେ ଦେବୀ, ଦେବତା ଏବଂ ଦେବାଙ୍ଗନାମାନଙ୍କ ମୂର୍ତ୍ତି ରହିଛି ।ମନ୍ଦିରକୁ ପ୍ରବେଶ ପାଇଁ ୩୨ଟି ସିଢି (ଉଚ୍ଚତା ୧୬.୫ ଫୁଟ) ଚଢି ସିଂହଦ୍ଵାର ଦେଇ ଯିବାକୁ ହେବ । ଦିବ୍ୟାଙ୍ଗ ଏବଂ ବୃଦ୍ଧ ମାନଙ୍କ ପାଇଁ ରେମ୍ପ ଓ ଲିଫ୍ଟ ବ୍ୟବସ୍ଥା ରହିଛି।
-
ମନ୍ଦିରରେ ୩୯୨ଟି ସ୍ତମ୍ଭ ଓ ୪୪ଟି ଦ୍ବାର ରହିଛି
-
ମନ୍ଦିରର ଦୈର୍ଘ୍ୟ-୩୮୦’, ପ୍ରସ୍ଥ-୨୫୦’, ଉଚ୍ଚତା-୧୬୧’
-
ମନ୍ଦିର ସମ୍ପୂର୍ଣ ନିଜସ୍ବ ଟେକ୍ନୋଲଜିରେ ନିର୍ମାଣ ହୋଇଛି
-
ପ୍ରବେଶ ପାଇଁ ପାହାଚ-ରାମ୍ପ, ଭିନ୍ନକ୍ଷମଙ୍କ ପାଇଁ ଲିଫ୍ଟ
-
ମନ୍ଦିର ନିର୍ମାଣରେ ଆଦୌ ଲୁହା ବ୍ୟବହାର କରାଯାଇନି
-
ମନ୍ଦିର ପରିସରରେ ୨୫ ହଜାର ଯାତ୍ରୀଙ୍କ ରହିବା ସୁବିଧା
-
ମନ୍ଦିର ପରିସରର ୭୦% ସ୍ଥାନରେ ବୃକ୍ଷରୋପଣ
ମନ୍ଦିରର ଚତୁର୍ଦ୍ଦିଗରେରେ ଥିବା ଆୟତାକାର ସୁରକ୍ଷା କାନ୍ଥର ଦୈର୍ଘ୍ୟ ୭୩୨ ମିଟର ଓ ପ୍ରସ୍ଥ ୪୨୫ ମିଟର ହୋଇଛି । ସୁରକ୍ଷା କାନ୍ଥର ଚାରିକୋଣରେ ଭଗବାନ ସୂର୍ଯ୍ୟ, ଭଗବାନ ଶଙ୍କର, ଭଗବାନ ଗଣେଶ, ଦେବୀ ଭାଗବତୀଙ୍କ ୪ ଟି ମନ୍ଦିର ରହିଛି।
ମନ୍ଦିର ନିକଟରେ ପୌରାଣିକ କାଳର ସୀତାକୁପ ରହିଛି। ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଅନ୍ୟ ମନ୍ଦିର ଗୁଡିକ ତିଆରି ହୋଇଛି । ମହର୍ଷି ବାଲ୍ମୀଳି, ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ଵାମିତ୍ର, ମହର୍ଷି ଅଗସ୍ତ୍ୟ, ନିଷାଦରାଜ ଗୁହ୍ୟକ,
ମାତା ଶବରୀ ଏବଂ ଦେବୀ ଅହଲ୍ୟାଙ୍କ ମନ୍ଦିର ଦକ୍ଷିଣ-ପଶ୍ଚିମ ଭାଗରେ ନବରତ୍ନ କୁବେର, ଟିଲା (ପୁରାତନ ମନ୍ଦିର ସ୍ତୁପ) ଉପରେ ଥିବା ଶିବ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଏବଂ ରାମଭକ୍ତ ଜଟାୟୁରାଜଙ୍କ ପ୍ରତିମା ସ୍ଥାପନ ହୋଇଛି। ।