ଓଡିଶା ତାଜା ନ୍ୟୁଜ୍ (୨୩ ଜୁଲାଇ ଗୁରୁବାର) ଗଜପତି :- ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ଶ୍ରଦ୍ଧାଞ୍ଜଳୀ ସଭାରେପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସ୍ଵର୍ଗତ କରୁଣା କର ରାଇକା ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ସ୍ଵର୍ଗତରାଇ କାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜଳନ କରିଥିଲେ । ଏଥି ସହ ଜିଲ୍ଲାପାଳ ଶ୍ରୀ ଶାହା ସ୍ଵର୍ଗତରାଈକାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କର କାର୍ଯ୍ୟ ଦକ୍ଷତା, କାର୍ଯ୍ୟ ଶୈଳୀ ଓ ସାହୋଜଗ ମାନଭାବକୁ ପ୍ରଂଶସା କରିବା ସଙ୍ଗେ ସଙ୍ଗେ ତାଙ୍କର ଅମର ଆତ୍ମାର ସଦଗତୀ ନିମନ୍ତେ ଭଗବ । ନଙ୍କ ନିକଟରେ ପର୍ଥାନ । କରିଥିଲେ । ଶ୍ରଦ୍ଧାଞ୍ଜଳି ଶୋଭା ରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ଵର୍ଗତ କରୁଣା କର ରାଇକ । ଙ୍କ ଆ ସଡଗତୀ ନିମନ୍ତେ ଦୁଇ ମିନିଟ୍ ନୀରବ ପର୍ଥାନା କରିଥିଲେ । ସ୍ଵର୍ଗତ ରାଇକ । ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ଅତରସିଂ ଗ୍ରାମରେ ୨୫-୧୨-୧୯୬୮ ରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଉଚ୍ଚ ଶିକ୍ଷା ଶେଷ କଲା ପରେ ୧୯୯୧ ମସିହାରେ ରାଜ୍ୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସ୍ଵର୍ଗତ ରାଇକ ।
ତାଙ୍କ ଜୀବନ କାଳ ମଧ୍ୟରେ କେବଳ ଗଜପତି ଜିଲ୍ଲାରେ ଭିନ୍ନ ଭିନ୍ନ ପଦବୀରେ ଯଥା, ପ୍ରୋଗ୍ରାମ ଅଧିକାରୀ ଓ ଟି ଈ ଏଲ୍ ପି, ରାୟଗଡ଼ ବିଡ଼ିଓ, ମୋହନା ତହସିଲଦାର, ଜମି ଅଧିଗ୍ରହଣ ଅଧିକାରୀ ଛେଳିଗଡ ଜଳସେଚନ ପ୍ରକଳ୍ପ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଭାବେ ଗଜପତି ରେ ରହି ଜନସାଧରଣଙ୍କୁ ସେବା ଯୋଗାଇ ଆସୁଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ମହେଶ କୁମାର ଚୌଧୁରୀ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ବେହେରା, ସହକାରୀ ଜିଲ୍ଲାପାଳ ଜୁବୁଲି ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ସ୍ବର୍ଗତ ରାଇକାଙ୍କ ଫୋଟ ରେପୁଷ୍ପ ମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଆତ୍ମାର ସଦଗତି କାମନା କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିବା ଅଧିକାରୀ ମାନେ ସ୍ଵର୍ଗତ ରାଇକ ।
ଙ୍କ ଭଳି ଏକ ମହାନ ଅଧିକାରୀ ଙ୍କୁ ଗଜପତି ଜିଲ୍ଲା ହରାଇଲା ଯିଏ କି ତାଙ୍କର କାର୍ଯ୍ୟ କାଳ ଭିତରେ ଅଧିକାଂଶ ସମୟ ଗଜପତି ଜିଲ୍ଲାରେ କାର୍ଯ୍ୟ କରି ଗଜପତି ଜିଲ୍ଲା ବାସୀଙ୍କୁ ସେବା ଯୋଗାଇ ଦେଇଥିଲେ । ପରି ଶେଷରେ ସେ ଗଜପତି ଜିଲ୍ଲାକୁ କରନା ଭଳି ମହାମାରୀ କବଳରୁ ଗଜପତି ଜିଲ୍ଲା ବାସୀଙ୍କୁ ଉଦ୍ଧାର କରିବା ପାଇଁ ଦିନାଓ ରାତି କୁ ଏକ କରି ଆସୁଥଲେ । ଶେଷରେ କରନା ରେ ହିଁ ତାଙ୍କ ଜୀବନଟା ଚାଲିଗଲା । ପରିଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିବା ସହ ଏ ଭଳି ଘଡି ସନ୍ଧି ମୁହୂର୍ତ୍ତରେ ସ୍ଵର୍ଗତ ରାଇକା ଙ୍କ ପରିବାର ବର୍ଗଙ୍କୁ ସତସାହସ ଦେବାକୁ ଭଗବାନ ଙ୍କ ନିକଟରେ ପାର୍ଥନା କରିଥିଲେ । ଗଜପତି ଜିଲ୍ଲା (ଗରୁଡ଼ ଧ୍ଵଜ ଚୌଧୁରୀ)