୨୧ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଖୋର୍ଦ୍ଧା :- ଖୋର୍ଦ୍ଧା ବ୍ଲକ କେରଙ୍ଗ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ଯକ୍ଷା ବିଦ୍ୟୁତପ୍ରଭା ଜେନା, ଆସିଷ୍ଟାଣ୍ଟ ଲାଇବ୍ରେରିଆନ ଧିରଜ ବଡ଼ଜେନାଙ୍କ ଏରିଅର ଟଙ୍କା ବିଲ ପାସ ପାଇଁ ତାଙ୍କ ପତ୍ନୀଙ୍କ ଠାରୁ ୫୦ ହଜାର ଲାଞ୍ଚ ନେବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଅନୁସାରେ ଜାନୁୟାରୀ ୨୦୧୮ ରୁ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବିଚାରାଧୀନ ବକେୟା ବେତନର ବିଲ ପାସ କରିବା ପାଇଁ ଅଧ୍ଯକ୍ଷା ଜେନାଙ୍କୁ ବାରମ୍ବାର ଅନୁରୋଧ କରିଥିଲେ।
ତାଙ୍କର ଅସୁସ୍ଥତା ପାଇଁ ମସ୍ତିଷ୍କ ଅସ୍ତ୍ରୋପଚାର କରିଥିଲେ ଏବଂ ଜରୁରୀକାଳୀନ ଅର୍ଥର ଆବଶ୍ୟକତା ପାଇଁ ଟଙ୍କା ପାଇବା ନିମନ୍ତେ ବାରମ୍ବାର ନିବେଦନ କରିଥିଲେ। ଏଥିଲାଗି ଅଧ୍ୟକ୍ଷା ଜେନା ଲାଞ୍ଚ ଦାବି କରୁଥିଲେ। ଏନେଇ ଗ୍ରନ୍ଥାଗାରିକ ପତ୍ନୀ ଉପାୟ ନ ପାଇ ସମସ୍ୟା ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ଅପରାହ୍ନ ରେ ଅଧ୍ୟକ୍ଷା ଜେନା ତାଙ୍କ ପତ୍ନୀଙ୍କ ଠାରୁ ୫୦ ହଜାର – ଲାଞ୍ଚ ଗ୍ରହଣ କରୁଥିବା ବେଳେ ଓଡିଶା ଭିଜିଲାନ୍ସର ଏକ ଟିମ ତାଙ୍କୁ ଧରିଥିଲେ।
ତାଙ୍କ ବାସଭବନ ଗୁରୁଜଙ୍ଗ ସମେତ ମହାବିଦ୍ୟାଳୟ ରେ ଏକକାଳୀନ ସନ୍ଧାନ କରିଥିଲା ବେଳେ ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ କେଶ ନମ୍ବର -୨/୨୦୨୪ ଓ ୨୦୧୮ ଆକ୍ଟ ଅନୁଯାୟୀ ଏକ କେଶ ପଞ୍ଜିକରଣ କରି ତଦନ୍ତ ଜାରି ରଖିଛି।ସୂଚନା ଅନୁସାରେ ଅଧ୍ୟକ୍ଷା ଙ୍କ ନାମରେ ମଧ୍ୟ କିଛି ଅଭିଯୋଗ ଆସୁଥିଲା କିନ୍ତୁ କୌଣସି ପ୍ରମାଣ ନ ଥିବାରୁ ଧରପଡୁ ନ ଥିଲେ।














