୨୧ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :- ବରିଷ୍ଠ ଶିକ୍ଷୟିତ୍ରୀ ତଥା ନାଟ୍ୟ ସଂଗଠିକା ରାଞ୍ଜୁବାଳା ଚମ୍ପତିରାୟଙ୍କୁ ଚଳିତ ବର୍ଷ ବିଶ୍ୱନାଟ୍ୟମେଳାରେ “କଳା ଗୌରବ “ସମ୍ବର୍ଦ୍ଧନା ରେ ସମ୍ବର୍ଦ୍ଧିତ କରାଯାଇଛି। ପେଶାରେ ଶିକ୍ଷକତା ମାତ୍ର ନିଶାରେ ଓଡ଼ିଆ ମଞ୍ଚ ନାଟକର ଅଭିବୃଦ୍ଧି ପାଇଁ କାର୍ଯ୍ୟରତ । ରାଞ୍ଜୁବାଳା ବାଣପୁର ସ୍ଥିତ କଳିଙ୍ଗ କନ୍ୟା କଳା ପରିଷଦ ର ମୁଖ୍ୟସଂଗଠିକା।
ତାଙ୍କ ମାନସ କନ୍ୟା “କଳିଙ୍ଗ କନ୍ୟା କଳା ପରିଷଦ”ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ନାଟକ ପରିବେଷଣ କରି ଖ୍ୟାତି ଲାଭ କରିଛି। ସ୍ବାମୀ ମଞ୍ଚ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁ ଙ୍କର୍ ସେ ଅନ୍ୟତମ ପ୍ରେରଣାଦାତ୍ରୀ ହୋଇ ଏହି ନାଟ୍ୟ ଦମ୍ପତି ଅଶି ଦଶକରୁ ଓଡ଼ିଆ ମଞ୍ଚ ନାଟକ ପାଇଁ କାମ କରି ଆସୁଛନ୍ତି।
ପଦ୍ମକୁମୁଦ ବିଦ୍ୟାନିକେତନ, ନୂଆପଡ଼ା, ଟାଙ୍ଗୀରେ ସମ୍ପ୍ରତି କାର୍ଯ୍ୟରତ ରାଞ୍ଜୁବାଳା ଚମ୍ପତିରାୟ ଏହି “କଳା ଗୌରବ “ସମ୍ମାନ କଟକ କଳା ବିକାଶ କେନ୍ଦ୍ର ରଙ୍ଗମଞ୍ଚ ରେ ବିଶ୍ୱନାଟ୍ୟମେଳା -୨୦୨୪ ଅବସରରେ ବିଶିଷ୍ଟ ନାଟ୍ୟବିତ୍ ତଥା ନାଟ୍ୟ ପ୍ରତିଯୋଗିତାର ବିଚାରକ ମଣ୍ଡଳୀଙ୍କ ଉପସ୍ଥିତିରେ ସ୍ଵତନ୍ତ୍ର ଅତିଥି ଶ୍ରୀ ରବି ରଞ୍ଜନ ସାହୁ ଙ୍କଠାରୁ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବନିଛନ୍ତିଏଵଂ ଆମ ଅଞ୍ଚଳ ପାଇଁ ସେ ଜଣେ ଆଦର୍ଶ ସ୍ୱରୂପା।














