No Result
View All Result
୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ପବିତ୍ର ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଲକ ସ୍ଥିତ ପୋଚିଲିମା ଖମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରେ ସୋମବାର ଉଡ୍ର ସାହିତ୍ୟ ସଂସଦର ୨୩ ତମ ବାର୍ଷିକୋତ୍ସବ ଅବସରରେ ପୁସ୍ତକ ଉନ୍ମୋଚନ, କବିତା ପାଠୋତ୍ସବ ଏଵଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏକ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଛି। ସଂସଦର ସଭାପତି ରଜନୀକାନ୍ତ ପାଢୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ରୂପେ ପ୍ରଫେସର ଡ. ଅଶୋକ କୁମାର ତ୍ରିପାଠୀ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ I

ମୁଖ୍ୟ ଅତିଥି ଭାବେ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଡ଼.କୁଳମଣି ଓଝା, ସ୍ଵତନ୍ତ୍ର ଅତିଥି ଭାବେ ଡ.ଦୟାସିନ୍ଧୁ ପରିଡ଼ା, ଡ. ସୁଶାନ୍ତ କୁମାର ଦାସ, ଓ ଡ଼.ପ୍ରଦୋଷ କୁମାର ସ୍ବାଇଁ, ସମ୍ମାନୀତ ଅତିଥି ଭାବେ ଶ୍ରୀ ଏନ୍ ରଘୁନାଥ, ଡ଼. ହୃଷୀକେଶ ପଣ୍ଡI, ଜଗନ୍ନାଥ ଗୌଡ଼ ଓ ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ମଞ୍ଚସୀନ ଥିଲେ। ହେମନ୍ତ କୁମାର ଗନ୍ତାୟତ ବେଦ ପାଠ କଲା ପରେ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ମଞ୍ଚାସୀନ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ।
ଅଧ୍ୟାପକ ସଞ୍ଜୟ କୁମାର ଷଢଙ୍ଗୀଙ୍କ ଗଞ୍ଜାମର ହଳିଆ ଗୀତ ଏକ ଅଧ୍ୟୟନ, ବ୍ରହ୍ମାକୁମାର ନିତ୍ୟାନନ୍ଦ ସାହୁଙ୍କ ସମୟର ଛାଇ, ଡ଼.ପ୍ରଦୋଷ କୁମାର ସ୍ୱାଇଁଙ୍କ ସାରଳା ରୁ ସାଂପ୍ରତିକ, ଡ଼. ଅଶୋକ କୁମାର ତ୍ରିପାଠୀ ଙ୍କ ବିପୁଳ ଭାବଭୂମି ବିସ୍ତୃତ ଦାୟିତ୍ୱ କୃଷ୍ଣ କାବ୍ୟରେ ସଂଯୋଜକ ଚରିତ୍ର, ଡ. ପ୍ରଣବାନନ୍ଦ ପାଟ୍ଟଯୋଶୀଙ୍କ ଅନୁବାଦ ପୁସ୍ତକ ଦି ଲଷ୍ଟ ସେଲ୍ଫ ଏବଂ ଗଳ୍ପ ସଂକଳନ ମାୟା ମୋହ ପୁସ୍ତକ ଗୁଡ଼ିକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। କବି ଜ୍ୟୋତ୍ସ୍ନା ମୟୀ ପ୍ରଧାନ ଅତିଥି ପରିଚୟ, ସ୍ୱାଗତିକା ବାହିନୀପତି ଉପସ୍ଥାପନା ଏବଂ ସଞ୍ଜୟ କୁମାର ଷଡଙ୍ଗୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।

ଚିନ୍ମୟ ରଞ୍ଜନ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରଫେସର ଡ଼. ଅଶୋକ କୁମାର ତ୍ରିପାଠୀ, ବିଜୟ ଦାଶ, ରବି ଶତପଥି, ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡା,ବିଦ୍ୟୁତଲତା ମିଶ୍ର, ସଂହିତା ମହାନ୍ତି, ଡ଼. ବି ପ୍ରକାଶ ଚନ୍ଦ୍ର ପାତ୍ର, ଦିଲ୍ଲୀପ କୁମାର ସାହୁ,ଭାସ୍କର ଚନ୍ଦ୍ର ରାଉତ ଓ ଅନୀଲ କୁମାର ପାତ୍ର ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ବିଭିନ୍ନ ବର୍ଗରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା I ଦ୍ଵିତୀୟ ପର୍ବରେ ପଞ୍ଚାନନ ସ୍ୱାଇଁଙ୍କ ସଭାପତିତ୍ୱରେ କବି ବିଦେଶୀ ନାୟକ ମୁଖ୍ୟ ଅତିଥି, ପ୍ରଫେସର ଅରବିନ୍ଦ ପଣ୍ଡା ସମ୍ମାନିତ ଅତିଥି ଏଵଂ ଡ଼. ପ୍ରଣବା ନନ୍ଦ ପାଟ୍ଟଯୋଶୀ ପ୍ରମୁଖ ଯୋଗ ଦେଇଥିଲେ।ଉପସ୍ଥାପିତ କବିତା ଗୁଡିକୁ କବି ବୁଲୁ ବେହେରା,
ସୁପ୍ରଜିତ ସାହୁ ଓ ଚିନ୍ମୟ ପଲାଇ ସଂଯୋଜନା କରିଥିଲେ I ଅନ୍ତିମରେ ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଯୋଗ୍ୟ, ଉନ୍ମୋଚିତ ପୁସ୍ତକ ଗୁଡ଼ିକ ମଧ୍ୟରେ ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀଙ୍କ ଲିଖିତ ପୁସ୍ତକ ଗଞ୍ଜାମର ହଳିଆ ଗୀତ ଅନ୍ୟତମ ଆକର୍ଷଣ ଅଟେ। ସେ ଗଞ୍ଜାମର ଲୋକଗୀତ ପରମ୍ପରାରେ ହଜିଯାଇଥିବା ଲୋକ ଗୀତ ଓ ହଳିଆ ଗୀତ ଗୁଡ଼ିକୁ ସଂଗୃହୀତ କରି ସେଗୁଡ଼ିକର ସମୀକ୍ଷା କରିଛନ୍ତି। ଯାହାକି ଆଗାମୀ ଦିନରେ ଲୋକ ସାହିତ୍ୟ ଗବେଷଣା ଦିଗରେ ବିଶେଷ ସହାୟକ ହେବ ବୋଲି ସେ ଆଶା ରଖିଛନ୍ତି।

No Result
View All Result