No Result
View All Result
୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଟାଙ୍କୋଳ ଗ୍ରାମରୁ ଆଜି ୪ ଟି ଗରୁଡ ପକ୍ଷୀ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଟାଙ୍କୋଳ ଗତିଶ୍ୱର। ଦେବଙ୍କ ନିକଟ ବଡପୋଖାରୀ ହୁଡା ଥିବା ଏକ ଆମ୍ବ ଗଛ ନଇଁ ପଡ଼ିଥିଲା ।

ଉକ୍ତ ଗଛକୁ ନିଲାମ ସୂତ୍ରରେ ଜଣେ ଗ୍ରାମବାସୀ ନେଇ ଆଜି କାଟୁ ଥିବାବେଳେ ଗଛ କୋରଡରେ ୪ ଟି ଗରୁଡ ପକ୍ଷୀ ଥିବାର ଦେଖି ବାକୁ ମିଳିଥିଲା । ଗ୍ରାମବାସୀ ଉକ୍ତ ପକ୍ଷୀଙ୍କୁ ଉଦ୍ଧାର କରି ରଖି ବନ ବିଭାଗ କୁ ଖବର ଦେଇଛନ୍ତି । ଏହି ପକ୍ଷୀ ମିଳିବା ଘଟଣାକୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଗ୍ରାମବାସୀ ଶୁଭ ବୋଲି ଆଶା କରୁଛନ୍ତି ।

No Result
View All Result