No Result
View All Result
୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ଜକିଆ ଥାନା ଅନ୍ତର୍ଗତ ଛତ୍ରପଡା ଗ୍ରାମରେ ଆଜି ଜଣେ ମହିଳା ବିଷ ପିଇ ମୃତ୍ୟୁ ବରଣ କରିଥିବାବେଳେ ମହିଳାଙ୍କ ପରିବାର ପକ୍ଷରୁ ଜାଣି ଶୁଣି ମରା ଯାଇଛି ବୋଲି ଜଂକିଆ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ କି ମୃତ ମହିଳାଙ୍କ ମାଆ ଙ୍କ ଅଭିଯୋଗ କ୍ରମେ ତାଙ୍କ ସାନ ଝିଅ ଉଷାରାଣୀ ଛୁଆଳସିଂ ଗୋଡାରାଇମୂଳ ଗ୍ରାମର ସଞ୍ଜୟ ଛୁଆଳସିଂ ଙ୍କୁ ୨୦ ବର୍ଷ ତଳେ ବିବାହ କରିଥିଲେ । ଭଲରେ ସଂସାର ଚାଲିଥିବାବେଳେ ସଞ୍ଜୟ ଅତ୍ୟଧିକ ବାକି ହୋଇଯାଇଥିଲେ। ପରେ ସେମାନେ ଜଂକିଆ ରେ ଏକ ଭଡ଼ା ଘରେ ରହୁଥିଲେ।

ଗତକାଲି ଗ୍ରାମକୁ ଆସି ଭାଇ ଭାଇ ମଧ୍ୟରେ ସମ୍ପତି ବଣ୍ଟନ କରି ଋଣ ସୁଝିବାକୁ ଯୋଜନା କରିଥିଲେ । କିନ୍ତୁ କୌଣସି କାରଣରୁ ପରିବାର ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା ଏହା ପରେ ସଞ୍ଜୟ ଓ ସଞ୍ଜୟଙ୍କ ପରିବାର ଲୋକେ ତାଙ୍କ ଝିଅକୁ ବିଷ ପିଆଇ ଗାଁ ଦାଣ୍ଡରେ ପକାଇ ଫେରାର ହୋଇଯାଇଥିଲେ। ପରେ ସେ ଘଟଣାସ୍ଥଳରେ ପହଂଚି ଝାଡ଼ାବାନ୍ତି ହୋଇ ପଡିଥିବା ଝିଅକୁ ଖୋର୍ଦ୍ଧା ହସ୍ପିଟାଲ୍ ନେଇ ଚିକିତ୍ସା କରିଥିଲି। ସେଠାରେ ଝିଅର ମୃତ୍ୟୁ ଘଟିଛି। ସଞ୍ଜୟ ଫେରାର ଥିବାବେଳେ ଖୋର୍ଦ୍ଧାରେ ଶବକୁ ଜଂକିଆ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଥ୍ୟ ପାଇଁ ତଦନ୍ତ ଚଳାଇଛି ।

No Result
View All Result