ଓଡିଶା ତାଜା ନ୍ୟୁଜ୍ (୨୩ ଜୁଲାଇ ଗୁରୁବାର) ବରଗଡ଼ :- ବରଗଡ଼ ଜିଲ୍ଲା ର ପର୍ଯ୍ୟଟନ ସ୍ଥଳୀ ତଥା ମର୍ଜରକେଶରୀ ଙ୍କ ପୀଠ ବର୍ତ୍ତମାନ ଭକ୍ତ ଓ ପର୍ଯ୍ୟଟକମାନଙ୍କ ବିନା ଖା ଖାଁ ଲାଗୁଛି । ଜିଲ୍ଲା ର ପାଇକମାଳ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦନ ପାହାଡ଼ ରେ ସ୍ଥିତ ଏହି ମନ୍ଦିର ପ୍ରାକୃତିକ ପରିବେଶରେ ଶୋଭା ମର୍ଦ୍ଦନ କରୁଥିବା ବେଳେ କେବଳ ମନ୍ଦିର ପୂଜକ ଏବଂ କର୍ମଚାରୀ ଛଡ଼ା କେହି ଏଠାକୁ ଆସୁ ନାହାନ୍ତି ।
ଗତ ୬ମାସ ହେବ ଦେଶରେ କରୋନା ସଙ୍କ୍ରମଣକୁ ଦେଖି ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ହେବା ପରିପ୍ରେକ୍ଷୀରେ ଏହି ଅଞ୍ଚଳ ଫାଙ୍କା ହୋଇଯାଇଛି । ମନ୍ଦିର ପାଖରେ ଦୋକାନ ବଜାର କରି ଚଳୁଥିବା ଲୋକେ ଗତ ୬ ମାସ ହେବ ଦୋକାନ ବଜାର ଖୋଳୁନଥିବ ପରିଲକ୍ଷିତ ହେଉଛି ।
ସେହିପରି ଠାକୁର ଙ୍କ ରୀତି ନୀତି କେବଳ ମନ୍ଦିର ମଧ୍ୟରେ ସୀମିତ ରହୁଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । (ରିପୋର୍ଟ-ସତ୍ୟ ନାରାୟଣ ପ୍ରଧାନ )