୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ବାରଙ୍ଗ ବ୍ଲକର ବ୍ରାହ୍ମଣଝରିଲୋ ନିକଟସ୍ଥ କୁଶକଣ୍ଟା ପୀଠ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ଶାମ୍ବ ଦଶମୀ ଓ ରାଜ୍ୟ ସ୍ତରୀୟ ସନ୍ଥ ବାହୁଡ଼ା ଦାସ ଗୋସ୍ୱାମୀଙ୍କ ମହୋତ୍ସବ ପାଳନ ହୋଇଥିଲା ଏହି ଉତ୍ସବ ରେ ୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କର ସମାବେଶ ହୋଇଥିଲା । ଏହି ଅବସରରେ ସନ୍ଥ ବାହୁଡ଼ା ଦାସ ଭୋଇ ସମାଜ ବିକାଶ ପରିଷଦ ଏବଂ ଗୋସ୍ୱାମୀ ବାହୁଡ଼ା ଦାସ ସ୍ମୃତି ପରିଷଦ ଆନୁକୁଲ୍ୟରେ ଏହି ଉତ୍ସବକୁ ପାଳନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଗିରିଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଓଡ଼ିଶା ହାଇ କୋର୍ଟ ବାର ଆସୋସିଏସନ୍ ସମ୍ପାଦକ ଆଲୋକ ପ୍ରକାଶ ନନ୍ଦ,
ଆଡ଼ଭୋକେଟ ବିଜୟ କୁମାର ମଲ୍ଲିକ, ସମାଜସେବୀ ଗୋପାଳ ଚନ୍ଦ୍ର ଦାସ, ଗଣେଶ ଚନ୍ଦ୍ର ସାହୁ ,ଅକ୍ଷୟ ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ସନ୍ଥ ବାହୁଡା ଦାସଙ୍କ ନିତି ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସଂପାଦକ ଅତୁଲ୍ୟ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଆୟୋଜିତ ମହୋତ୍ସବରେ ପିଲାମାନେ ଓଡିଶୀନୃତ୍ୟ , ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଅତିଥି ମାନେ ବାହୁଡା ଦାସ ଗୋସ୍ୱାମୀଙ୍କର ଏକ ସ୍ମରଣୀକା ଏବଂ କ୍ୟାଲେଣ୍ଡରକୁ ଉଦଘାଟନ କରିଥିଲେ । ବାବାଜୀ ଚରଣ ଭୋଇ, ଗଣେଶ ଭୋଇ, ସଞ୍ଜୟ ସାମଲ, ରୁଦ୍ର ଭୋଇ, ବାବୁଲି ଭୋଇ, ପ୍ରମୁ ଉତ୍ସବକୁ ପରିଚାଳନା କରିଥିଲେ । ସନ୍ଥ ବାହୁଡା ଦାସଙ୍କ ପୀଠରେ ଏକ ମେଳା ଲାଗିଥିଲା ।
କଟକ ସଦର, ବାରଙ୍ଗ, କଣ୍ଟାପଡା, ଗୋବିନ୍ଦପୁର, ନିଆଳୀ, ବିରିଡି, ଜଗତସିଂହପୁର ,,ବାଲିଅନ୍ତା , ବାଲିପାଟଣା, ଆଦି ବ୍ଲକରୁ ହଜାର ହଜାର ଶ୍ରଦ୍ଧାଳୁ ସନ୍ଥ ବାହୁଡା ଦାସ ଗୋସ୍ୱାମୀଙ୍କ ପ୍ରତିମୂର୍ତ୍ତି କୁ ଦର୍ଶନ କରିବା ସହିତ ପୂଜା ଅର୍ଚ୍ଚନା କରିଥିଲେ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କଟକ ସଦର ଥାନା ପକ୍ଷରୁ ଅଫିସର ଏବଂ ଫୋର୍ସ ମୁତୟନ କରାଯାଇଥିଲା । ଏଠାରେ ପ୍ରତିବର୍ଷ ପ୍ରବଳ ଜନସମାଗମ ହେଉଥିଲା ବେଳେ ସରକାରୀ ସ୍ତରରେ ଶୌଚାଳୟ କିମ୍ବା ପିଇବା ପାଣିର ବ୍ୟବସ୍ଥା କରାନଯିବା ନେଇ ମେଳା କୁ ଆସିଥିବା ଶ୍ରଦ୍ଧାଳୁ ମାନେ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ଙ୍କୁ ସମାଲୋଚନା କରିଥିଲେ ।













