No Result
View All Result
୧୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ :-> ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମହିଳା ମାନଙ୍କୁ ଉଚିତ ସମ୍ମାନ ଦେବା ସହ ସେମାନେ ସଶକ୍ତ କରିବା ପାଇଁ ସବୁବେଳେ ଯୋଜନା ମାନ ହାତ କୁ ନେଉଛନ୍ତି ଏମିତି କି ସବୁକ୍ଷେତ୍ରରେ କେମିତି ସମାନ ଅଧିକାର ପାଇବେ ସେନେଇ ମଧ୍ୟ ଆଇନ ପ୍ରଣୟନ କରିଛନ୍ତି |ଚଳିତ ପଂଚାୟତ ନିର୍ବାଚନ ରେ ମହିଳା ମାନେ କେମିତି ଆଗକୁ ଆସି ନିଜ ଅଧିକାର ସାବ୍ୟସ୍ତ କରିବା ସହ ଜନ ପ୍ରତିନିଧି ହୋଇ ଲୋକ ମାନଙ୍କ କାମ କରିବେ ସେଥିପାଇଁ ନିର୍ବାଚନ ରେ ମହିଳା ଙ୍କ ସିଟ ସଂଖ୍ୟା ବୃଦ୍ଧି ହୋଇଥିଲା | ଏଥିରେ ଅନେକ ମହିଳା ଭାଗନେଇ ନିର୍ବାଚିତ ମଧ୍ୟ ହୋଇ କିଏ ସରପଞ୍ଚ, ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ମଧ୍ୟ୍ୟ ହୋଇଥିଲେ |
ଯାହାକୁ ନେଇ ଅଂଚଳ ର ଲୋକ. ମଧ୍ୟ୍ୟ ଖୁସି ଅନୁଭବ କରିଥିଲେ |ଜିତାଇ ଥିବା ନିଜର ଜନ ପ୍ରତିନିଧି ନିଜ ପାଇଁ କାମ କରିବେ ବୋଲି ଆସ କରିଥିଲେ |କିନ୍ତୁ ସବୁକିଛି ଓଲଟ ପାଲଟ ହେଲା ଭଳି ଲାଗୁଛି |କାରଣ ସ୍ତ୍ରୀ ସରପଞ୍ଚ ହେଲେ ସ୍ୱାମୀ ଙ୍କ ରାଜୁତି ଦେଖିବାକୁ ମିଳୁଛି |ଯାହାକୁ ନେଇ ଅଂଚଳ ରେ ଏବେ ବେଶ ଚର୍ଚ୍ଚା ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ । ଏବେ ପ୍ରକ୍ସି ଜନ ପ୍ରତିନିଧି ଙ୍କ ପାଇଁ କଡା ଆଭିମୂଖ୍ୟ ନିଆଯାଉଥିବା ବେଳେ ପାଟଣାଗଡ଼ ଉପଖଣ୍ଡ ରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ । ଆତ୍ମଘୋଷିତ ଚେୟାରମ୍ୟାନ ଠାରୁ ଆରମ୍ଭ କରି ସରପଞ୍ଚ ଯାଏ ସଵୁଠି ଵେଫିକର ଭାବରେ ସରକାରୀ ଯୋଜନା କୁ ବାଟମାରଣା କରାଯାଇଛି ।

ପାଟଣାଗଡ ,ବେଲପଡା ,ଖପ୍ରାଖୋଲ ବ୍ଳକର ପଞ୍ଚାୟତ ଗୁଡିକ ରେ ଶତକଡା ୫୦ ଭାଗ ମହିଲା ସରପଞ୍ଚ ରହିଛନ୍ତି। ନିଜ ସହଧର୍ମିଣୀ ସରପଞ୍ଚ ଥାଇ ତାଙ୍କ ସ୍ବାମୀ ଓ ଦେଢଶୁର ମାନେ ଏଠି ନିଜକୁ ସରପଞ୍ଚ ବୋଲି କହିବାକୁ ବି ପଛଉ ନାହାନ୍ତି । ତମାମ ରାଜ୍ୟ ରେ ପ୍ରକ୍ସି ରେ ଯେତେବେଳେ ସରକାର ଚାଳିଛି ସେଠି ଏ ସରପଞ୍ଚ ମାନଙ୍କ ଦୋଷ କିଏ ବା ଧରିବ । ନୂଆ ଆଇନ୍ ଲାଗୁ ହେବା ପରେ ସଞ୍ଜବେଲେ ଏକ ଖଟି ରେ ଏହାକୁ ନେଇ କେତେକ ପୁରୁଷ ସରପଞ୍ଚ ମାନେ ଆଲୋଚନା କରୁଥିଲେ । ଡର କାହାକୁ ନାଁ ଭୟ କାହାକୁ ପାଣ୍ଡୁ ଅଛନ୍ତି ତାଙ୍କ ଚଉ ବାହାକୁ କହି ହସାହସି ହେଉଥିଲେ ବି ତାଙ୍କର ଏ ପ୍ରବଳ ଭିତିରି ଭୟ ଥିଲା ଏହା ଜଣାପଡ଼ିଯାଇଥିଲା ।
ତେବେ ପାଟଣାଗଡ଼ ଉପଖଣ୍ଡ ର ୩ ଟି ବ୍ଳକ ଅଞ୍ଚଳରେ ନାମକୁ ପଦ ରେ ନିର୍ବାଚିତ ଜନ ପ୍ରତିନିଧି ସେମାନଙ୍କ କାମ ସ୍ବାମି ଓ ଦେଢଶୁର ମାନେ କରିଥିବାର ଆଇନକୁ ନେଇ କିଏ କେତେବେଳେ କଣ୍ କରିପକାଇବେ ପିହେଲେପାଣି ହୋଇଗଲାଣି । ତେବେ ବେଳକୁ ହୁଁ ସାବଧାନ ନହେଲେ ସ୍ବାମୀ ରୂପକ ପ୍ରକ୍ସି ସରପଞ୍ଚ ମାନେ ଆଇନ ର ପରିସର ଭୁକ୍ତକୁ ଟାଣି ହୋଇ ଯିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହଁ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟୀଦେବାକୁ ବୁଦ୍ଧିଜୀବି ମହଲ ରେ ଦାବୀ ହେଉଛି ।

No Result
View All Result