No Result
View All Result
୧୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ଗତ ୧୧ ତାରିଖ ଦିନ ରାତିରେ ଭ୍ୟାନ ଡକାୟତି ଘଟଣାର ପ୍ରେସ ବିଜ୍ଞପ୍ତି ଦିଆଯାଇଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନୁନହାଡ ଗାଁ ର ୩୦୦ ମିଟର ଦୂରରେ ଏକ ବୋଲେରୋ ଭ୍ୟାନ ଯାହାକି ଇ.କମ୍ ସାର୍ଭିସ ର ଅନ୍ ଲାଇନ୍ ସାମଗ୍ରୀ ଗୁଡ଼ିକ ବୋଝେଇ କରି ନେଉଥିବା ବେଳେ କିଛି ଦୁର୍ବୃତ୍ତ ଆସି ବୋଲେରୋ ଭ୍ୟାନ ଡ୍ରାଇଭରକୁ ମାଡପିଟ କରିବା ସହିତ ଭ୍ୟାନରେ ଥିବା ସାମଗ୍ରୀ ଓ ଭ୍ୟାନକୁ ନେଇ ଚାଲିଯାଇଥିଲେ।

ଏହି ବାବଦରେ ଇ.କମ୍ ସାର୍ଭିସ ର କାର୍ଯ୍ୟକର୍ତ୍ତା ସୁମିତ ପ୍ରଧାନ ବେଲପଡା ଥାନାରେ ୧୨ ତାରିଖ ଦିନ ଗୋଟିଏ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକୁ ଆଧାର ବଲାଙ୍ଗିର ଏସ୍ ପି ଏବଂ ପାଟଣାଗଡ଼ ଡି.ଏସ୍.ପି ଙ୍କ ନିର୍ଦ୍ଦେଶକ୍ରମେ ବେଲପଡା ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ବଲାଙ୍ଗିର ସାଇବର ସେଲ ର ସହଯୋଗ କ୍ରମେ ପୋଲିସ ଟିମ ଖଡ଼ିଆଳରୁ ଉକ୍ତ ଅପରାଧୀଙ୍କୁ ୧୪ ତାରିଖ ରାତିରେ କାବୁ କରିଥିଲେ।
ପୋଲିସ ର ସୂଚନା ଅନୁଯାୟୀ ପିଣ୍ଟୁ ଝା (୨୦), ପ୍ରଶାନ୍ତ କୁମ୍ଭାର (୧୯),କରନ ବାଗ (୨୩),ସୁମନ ଶବର (୧୮), ରାହୁଲ ପରାଭୁଏ (୨୨) ଆଉ ଦୁଇ ଜଣ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଡି.ଏସ୍. ପି ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି। ସେମାନଙ୍କ ଠାରୁ ଚୋରି ବୋଲେରୋ ଗାଡ଼ି, ଗୋଟିଏ ମାଉଜର, ଅପରାଧୀ ମାନଙ୍କ ବ୍ୟବହୃତ ୫ ଟି ମୋବାଇଲ ତଥା ଅନଲାଇନ୍ ରେ ମଗାଇଥିବା ନୂଆ ୫ ଟି ମୋବାଇଲ, ଅନ୍ ଲାଇନ୍ ରେ ମଗା ଯାଇଥିବା କିଛି କପଡ଼ା, ହେଡ ଫୋନ, ବ୍ଳୁ ଟୁଥ ହେଡ ସେଟ୍, ଏୟାର ବ୍ୟାଗ୍ ଜବତ କରାଯାଇଛି ।
ଅଭିଯୁକ୍ତ ମାନଙ୍କୁ ଗିରଫ କରି ପଚରାଉଚରା କରିବା ସମୟରେ ଜଣାପଡ଼ିଲା ଅଭିଯୁକ୍ତ କରନ ବାଗ ଓ ରାହୁଲ ପରାଭୁଏ ବେଲପଡା ବ୍ଳକ ସ୍ଥିତ ସିହିନୀ ଗ୍ରାମକୁ ଡକାୟତି କରିବାକୁ ଆସିଥିଲେ। କିନ୍ତୁ ସେ ଘଟଣାକୁ କାର୍ଯ୍ୟ ରୂପ ନଦେଇ ନୁନହାଡ ପାଖରେ ଭ୍ୟାନ ଲୁଟ୍ କରିବା ପାଇଁ ଯୋଜନା କରିଥିଲେ।
ଏହି ବାବଦରେ ତାଙ୍କ ଅନ୍ୟ ସାଥି ମାନଙ୍କୁ ଯୋଗାଯୋଗ କରିବାରୁ କିଛି ବାଇକ୍ ଯୋଗେ ଏବଂ କିଛି ବସ୍ ଯୋଗେ ନୁନହାଡ କୁ ଆସି ପହଞ୍ଚିଥିଲେ। ଏବଂ ରାତିରେ ବୋଲେରୋ ଭ୍ୟାନ ଲୁଟ୍ କରିଥିଲେ। ଅନ୍ୟପକ୍ଷେ ଅଭିଯୋଗକାରୀ ସୁମିତ ପ୍ରଧାନଙ୍କ କହିବା ଅନୁଯାୟୀ ଗାଡ଼ିରେ ୭/୮ ଲକ୍ଷ ଟଙ୍କାର ସାମଗ୍ରୀ ଥିଲା କିନ୍ତୁ ଏଯାବତ୍ ସମ୍ପୂର୍ଣ୍ଣ ଭାବେ ସାମଗ୍ରୀ ଜବତ ହୋଇପାରିନାହିଁ ବୋଲି ସେ କହିଛନ୍ତିି ।

No Result
View All Result