ବଡ଼ପୋଖରୀଆ ଓ କମାଗୁରୁ ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ : ହରିବୋଲ ହୁଳହୁଳି ରେ ଗାଁ ଦାଣ୍ଡ। କମ୍ପିଲା

୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପୋଖରୀଆ ଓ କମାଗୁରୁ ପଞ୍ଚାୟତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଅଛି।ଏହି ଜଗନ୍ନାଥ ରଥ କୁ ବଡ଼ପୋଖରୀଆ ପଞ୍ଚାୟତ ଜିଲ୍ଲା ପରିଷଦ ସଭ୍ୟ। ମିତାଞ୍ଜଳୀ ବଳିଆରସିଂହ ସରପଞ୍ଚ – ରୁନୁ ସେଠୀ,ନାଏବ ସରପଞ୍ଚ – ଶ୍ରୀନିବାସ ପ୍ରଧାନ, ସମିତି ସଭ୍ୟା – ଜ୍ୟୋତ୍ସ୍ନା ରାଣୀ ଜେନା,ୱାର୍ଡ ମେମ୍ବର ,ପିଇଓ ରଶ୍ମିତା ରାଣୀ ସ୍ୱାଇଁ,ଜିଆରଏସ ପ୍ରଭାସ କୁମାର ଓଝା ପ୍ରମୁଖ ସହଯୋଗ କରିଥିଲେ। ସେହିପରି କମାଗୁରୁ ପଞ୍ଚାୟତରେ ସରପଂଚ ସୁନୀତା ଚଂପତି , ପୂର୍ବତନ ସରପଂଚ ମନୋରଞ୍ଜନ ଚଂପତି , ନାଏବ ସରପଂଚ ଆଶୁତୋଷ ମହାପାତ୍ର ,

ପିଇଓ, ଜିଆରଏସ ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥ ଅର୍ପଣ ରଥକୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଜଗନ୍ନାଥ ସଂସ୍କୃତିର ପ୍ରଚାର, ସଂରକ୍ଷଣ ଏବଂ ସୁରକ୍ଷା ନିମନ୍ତେ ଓ ସମଗ୍ର ଓଡ଼ିଶାର ଜନସାଧାରଣଙ୍କୁ ଏହି ମହାନ ସଂସ୍କୃତି ସହ ଜଡିତ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚରେ ରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥ ସକୀର୍ତ୍ତନ ମଣ୍ଡଳୀ ପରିକ୍ରମା କରୁଛି । ଆଜି ବଡ଼ପୋଖରୀଆ ଓ କମାଗୁରୁ ପଂଚାୟତରେ ପରିକ୍ରମା କରି ପ୍ରତ୍ୟେକ ଗୃହରୁ ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲା ।

ଏହି ପରିକ୍ରମା ରଥ ସହିତ ଉତ୍ସାହୀ ଗ୍ରାମବାସୀ ଓ ସଙ୍କୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ । ଘଣ୍ଟ ,ଘଣ୍ଟା, ଓ ହରିବୋଲ , ହୁଳହୁଳୀରେ ଅର୍ପଣ ରଥ ପରିକ୍ରମା କରିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଆଗାମୀ ଜାନୁୟାରୀ ୧୫ ତାରିଖ ମଧ୍ୟରେ ଏହି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟ ସମାପନ ହୋଇ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦର୍ଶନ ନିମନ୍ତେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ଭକ୍ତମାନେ ଯିବା ସମୟରେ ନିଜ ସହିତ ସଂଗୃହିତ ଅରୁଆ ଚାଉଳ ଓ ଗୁଆ ନେଇ ପୁରୀ ଶ୍ରୀମନ୍ଦିରରେ ପ୍ରଦାନ କରାଯିବ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।