ରାମେଶ୍ବରରେ ମହାବୀର ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ବାୟୋଫ୍ଲକ୍ ମତ୍ସ୍ୟ ଚାଷ

ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିଛି ମାଛ ଚାଷ

୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ମହିଳାମାନଙ୍କ ଦୃଢ଼ ଇଚ୍ଛାଶକ୍ତି ସବୁ ସମ୍ଭବ କରିପାରିବା ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସମ୍ପ୍ରତି ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ବର ପଞ୍ଚାୟତ ବଳରାମପୁର ମହାବୀର ସ୍ଵଂୟ ସହାୟକ ମହିଳା ଗୋଷ୍ଟୀ ଙ୍କ ଦ୍ଵାରା ଜୈବ୍ୟପୁଞ୍ଜ ପ୍ରଣାଳୀରେ ମତ୍ସ୍ୟ ଚାଷ ଓ ଉତ୍ପାଦନ କେନ୍ଦ୍ର ଏକ ଉଦାହରଣ ସୃଷ୍ଟି କରିଛି। ଏହି ଉତ୍ପାଦନ କେନ୍ଦ୍ର ୩ ମାସ ଉଦଘାଟିତ ହୋଇଥିବାବେଳେ ଏହାର ସଭ୍ୟ ।

ମାନେ ଉତ୍ତମ ଯତ୍ନ ନେବା ଓ ବିଭାଗୀୟ ଅଧିକାରୀ ମାନଙ୍କ ପରାମର୍ଶ ମୁତାବକ ପୋଖରୀରେ ଛାଡ଼ି ଥିବା ଜାଆଁଳ କିପରି ବଢ଼ିବେ ସେଥି ପାଇଁ ଆବଶ୍ୟକ ଖାଦ୍ୟ , ଔଷଧ ଇତ୍ୟାଦି ଉପଯୋଗ କରିଥାନ୍ତି। ଏହି ମାଛ ଚାଷ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିଛି। ଏମାନେ ବେଶ୍ ଦୁଇ ପଇସା ରୋଜଗାର କରିବା ସହିତ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଋଣ ସୁଝିବାକୁ ସକ୍ଷମ ହୋଇ ପାରୁଛନ୍ତି।

ନିଜର ପରିବାର ପ୍ରତିପୋଷଣ କରି ଏମାନେ ବେଶ୍ ଖୁସିରେ ଅଛନ୍ତି।ଏମାନଙ୍କୁ ଅଧିକରୁ ଅଧିକ ସରକାରୀ ସହାୟତା ମିଳିଲେ ସେମାନେ ନିଜର ସଂସ୍ଥାକୁ ଆହୁରି ବୃଦ୍ଧି କରିପାରିବେ ବୋଲି ସଭ୍ୟାମନେ ମତ ପ୍ରକାଶ କରିଛନ୍ତି।ଏହି ମହିଳା ମହାବୀର ସ୍ଵଂୟ ସହାୟକ ଗୋଷ୍ଠୀ ସଭାପତି ପ୍ରଭାତୀ ସେଠୀ ଓ ସମ୍ପାଦକ ରଞ୍ଜନା ସେଠୀ , ସଦସ୍ୟ ନିର୍ମଳା ସେଠୀ, କମଳା ସେଠୀ, ବବିନା ସେଠୀ, ସସ୍ମିତା ସେଠୀ, ଗୀତାଞ୍ଜଳି ସେଠୀ,

ପବନି ସେଠୀ, ମାଳତୀ ସେଠୀ ଓ ସଚି ସେଠୀ ପ୍ରମୁଖ ସମସ୍ତ କାର୍ଯ୍ୟରେ ସହଯୋଗ କରୁଛନ୍ତି।ଏହି ପ୍ରକଳ୍ପ ବାବଦରେ ବ୍ୟୟ ଅଟକଳ ୫ଲକ୍ଷ ୫୦ ହଜାର ଥିବାବେଳେ ସରକାରୀ ରିହାତି ୩ ଲକ୍ଷ ୩୦ ହଜାର ଟଙ୍କା ରହିଥିବା ଜଣାପଡିଛି। ମାଛ ଅଧିକରୁ ଅଧିକ ବଢିବା ଉଦ୍ଦେଶ୍ୟରେ ମାଛ ଚାଷ କରାଯାଇଥିବା ପୋଖରୀରୁ ମାଛ ନେଟିଂ କରାଯାଇ ବଡ଼ ମାଛ ବ୍ୟବସାୟ ପାଇଁ ବାହାର କରାଯାଇ ଅନ୍ୟ ଛୋଟ ସାଇଜ ମାଛର ଲାଳ ଅଂଶ ଛଡ଼ାଇ ପୁନର୍ବାର ପାଣିରେ ଛଡାଯାଇଥିଲା।