No Result
View All Result
୧୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗି ବ୍ଲକ :-> ମଙ୍ଗଳାଯୋଡି ପଞ୍ଚାୟତରେ ମା ତାରଦେଵୀ କ୍ରିକେଟ ଆସୋସିସନ୍ ଦ୍ବାରା ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟେର ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟ ଯୋଗା ଦେଇ ଖେଳାଳି ଭାଇ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାନ ସଭା ସଂଯୋଜକ କିଶୋର ଚନ୍ଦ୍ର ବରାଳ, ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର କଳସ , ଜିଲ୍ଲାପରିଷଦ ପ୍ରାର୍ଥୀନୀ ଗୀତାଞ୍ଜଳୀ ସାହୁ, ପୂର୍ବତ ସମିତି ସଭ୍ୟ ପ୍ରମୋଦ କୁମାର ବେହେରା , ସର୍ବେଶ୍ଵର ବେହେରା,
ଶିବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି ମ୍ୟାଚଟି ଚମ୍ପାଗଡ ଓ ନାଚୁଣୀ ମଧ୍ୟରେ ଖେଳା ଯାଇଥିଲା । ଚଂପାଗଡ ନିର୍ଦ୍ଧାରିତ 10 ଓଭର ବିଶିଷ୍ଟ ଏହି ମ୍ୟାଚ ରେ 7 ଟି ୱିକେଟ ମାତ୍ର 60ରନ କରିଥିଲା ଏବଂ ନାଚୁଣୀ ଦଳ ଏହି ମ୍ୟାଚଟିକୁ 61ରନ କରି ବିଜୟ ହାସଲ କରିଥିଲା
No Result
View All Result