No Result
View All Result
୧୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଆରଏମସି ଅଧିନ କାଶିପୁର ନଂ- ୨ ସେବା ସମବାୟ ସମିତି ରେ ଆଜି ଚଳିତ ବର୍ଷ ର ଧନମଣ୍ଡି ଉଦଘାଟିତ ହୋଇଯାଇଅଛି।ବିଧିବଧ ଭାବେ ସୋସାଇଟି ସଭାପତି ପ୍ରଦୀପ କୁମାର ଷଢଙ୍ଗୀ,ସଂପାଦକ ତଥା ପର୍ଚେଜିଙ୍ଗ ଅଫିସର ଗୌର ଗୋବିନ୍ଦ ପଟ୍ଟନାୟକ,ନିରାକାରପୁର ଆଂଚଳିକ ଚାଷୀ କମିଟି ସଭାପତି ବିପିନ ଜୟସିଂହ,ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ ପ୍ରଧାନ,
ମିଲର ଚଣ୍ଡି ହର ଦେବ ପ୍ରୋପାଇଟର ପ୍ରିୟ ରଂଜନ ପାତ୍ର,ବାଲୁଗାଁ ଆରଏମସି ଧାନ ନିରିକ୍ଷକ ବିଭୁତି ଭୂଷଣ ସେନାପତି ପ୍ରମୁଖ ନଡିଆ ବାଡେଇ ଧନମଣ୍ଡି ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ଯରେ ସାମ୍ବାଦିକ ବିକ୍ରମ କେଶରୀ ସାହୁ, ଡାଇରେକ୍ଟର ଦଣ୍ଡପାଣି ଦଳେଇ,କ୍ରୁଶ ସାଥି ମାଧବ ପାଟ୍ଟଶାଣୀ, ସମିତି କର୍ମଚାରୀ ସଂଗୀତା ମହାପାତ୍ର,
ଚାଷୀ ବଳରାମ ରାଉତରାୟ,ନ୍ରୁସିଂହ ରାଉତରାୟଗୋଦାବରୀ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।ଆଜି ପାଇଁ ୪୦ ଟୋକନ ମିଳିଥିବା ବେଳେ ଖବର ଲେଖା ପର୍ଯନ୍ତ ୧୫ ଜଣ ଚାଷୀ କାଗଜ ପତ୍ର ଦେଇଥିବା ବେଳେ ୨୨୦୦ କୁଇଣ୍ଟାଲ ଧାନ ଯିବା ସମିତିରୁ ସୂଚନା ମିଳିଛି। ସମୂଦାୟ ୨୬୩ ଜଣ ଚାଷୀ ସୋସାଇଟି ରେ ଚଳିତବର୍ଷ ଧାନ ବିକ୍ରୀ ପାଇଁ ପଂଜିକୃତ କରିଛନ୍ତି।
No Result
View All Result