No Result
View All Result
୧୩ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଚାନ୍ଦପୁର :->କାଲି ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା।ଚାନ୍ଦପୁର ଥାନା କେରଣ୍ଡାଟାଙ୍ଗି ର ଦୁଇଜଣ ଯୁବକ ସୌମ୍ୟ ରଞ୍ଜନ ସ୍ୱାଇଁ – ୨୮ ବର୍ଷ ଓ ଆଦିକାନ୍ତ ଜୟସିଂ – ୪୫ ବର୍ଷ ଏକ ବାଇକ ରେ ଚଣ୍ଡେଶ୍ଵର ରୁ ଖେଳ ଦେଖି ଫେରୁଥିବା ବେଳେ ଟାଙ୍ଗୀର ଜଣେ ଯୁବକଙ୍କ ବାଇକ କୁ ଧକ୍କା ଦେଇଥିଲେ ।

ଏଥିରେ ଟାଙ୍ଗୀ ବଡ଼ ପାଇକସାହି ଲିକୁ ତରାଇଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ କୁ ଅପେକ୍ଷା ନକରି ବାଇକ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ରେଫର କରିଥିଲେ ।

ଏହା ସହ ଅନ୍ୟ ଦୁଇ ଜଣ ଯୁବକଙ୍କୁ ମଧ୍ୟ୍ୟ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି। । ତେବେ ମେଡିକାଲ ପରିସର ରେ ୧୦୮ ଆମ୍ବୁଲାନ୍ସ ଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତରଙ୍କୁ ଭୁବନେଶ୍ୱର କୁ ନେବା ପାଇଁ ମନା କରିବାରୁ ଘଟଣା ମେଡିକାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା ।

No Result
View All Result