ଓଡିଶା ତାଜା ନ୍ୟୁଜ୍ (୨୨ ଜୁଲାଇ ବୁଧବାର) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ତ୍ରିରଙ୍ଗା ସେବା ସଂଘର ସଭାପତି ରଞ୍ଜନ କୁମାର ସାହୁ ହିନ୍ଦୁତ୍ୱ ଭାବନାକୁ ନେଇ ଗଠିତ ରୁଦ୍ରସେନାର ଗଞ୍ଜାମ ଜିଲ୍ଲା ଅଧ୍ଯକ୍ଷ ଭାବେ ମନୋନୀତ ହୋଇଛନ୍ତି । ଭାରତୀୟ ସଂସ୍କୃତି,ପରମ୍ପରା,ଐତିହ୍ୟ ଓ ହିନ୍ଦୁ ସୁରକ୍ଷା ପାଇଁ ଗଠନ କରାଯାଇଥିବା ଏହି ସଂଗଠନର କାର୍ଯ୍ୟକୁ ସର୍ବସ୍ପର୍ଶୀ କରିବା ସହ ସାଙ୍ଗଠନିକ କାର୍ଯ୍ୟର ପ୍ରଚାରପ୍ରସାର ସକାଶେ ରୁଦ୍ରସେନା କାର୍ଯ୍ୟ କରିବା ଲକ୍ଷ୍ଯ ରଖିଛି । ତେଣୁ ରାଷ୍ଟ୍ରୀୟ ସଂଯୋଜକ ସନ୍ଦୀପ ବଶିଷ୍ଠ ଓ ରାଜ୍ଯ ସଭାପତି ସଞ୍ଜୀବ କୁମାର ମିଶ୍ରଙ୍କ ଅନୁମୋଦନକ୍ରମେ ସମାଜସେବୀଙ୍କୁ ଏଭଳି ଗୁରୁ ଦାୟିତ୍ୱ ମିଳିବା ଅଞ୍ଚଳରେ ସକରାତ୍ମକ ପ୍ରଭାବ ପଡିବା ପରିଲକ୍ଷିତ ହୋଇଛି ।
ପୂର୍ବରୁ ବିଭିନ୍ନ ସଂଗଠନ ସହ ଜଡିତ ହୋଇ ଉତ୍ତମ ପାରଦର୍ଶିତା ଓ ନେତୃତ୍ବର ପରିଚୟ ଦେଇଥିବା ରଞ୍ଜନଙ୍କ ଦ୍ବାରା ରୁଦ୍ରସେନା ହିନ୍ଦୁ ସୁରକ୍ଷା ସହ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆଗାମୀ ଦିନରେ ସଫଳ ରୂପାୟନ କରିବା ଯୋଜନା କରିଛି । ତେବେ ହିଞ୍ଜିଳିକାଟୁ ଅଞ୍ଚଳର ସମାଜସେବୀଙ୍କୁ ଏଭଳି ରାଷ୍ଟ୍ରୀୟ ସ୍ତରର ସଂଗଠନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । (ହିଞ୍ଜିଳିକାଟୁ,ଶେଷଦେବ ସାହୁ)