ପରେ ସତ୍ୟାସତ୍ୟ ଜାଣିବା ପରେ ଗତ ୯ ତାରିଖରେ ନୟାଗଡ଼ ଜିଲ୍ଲାପାଳ ଟାକରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୈତାରି ବିଶ୍ଵାଳ ଙ୍କୁ ଅନ୍ୟତ୍ର ବଦଳି କରିଥିଲେ l
ବିବାଦୀୟ ପ୍ରଧାନ ଶିକ୍ଷକଙ୍କ ବଦଳିରେ ଜିଲ୍ଲାପାଳଙ୍କୁ ଧନ୍ୟବାଦ୍ ଜ୍ଞାପନ କଲେ ଟାକରା ହାଇସ୍କୁଲ ର ଅଭିଭାବକ ।

୧୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ l ମନମୁଖୀ କାର୍ଯ୍ୟପାଇଁ ସର୍ବଦା ବିବାଦ ଘେରରେ ଛନ୍ଦି ହେଉଥିବା ପ୍ରଧାନ ଶିକ୍ଷକଙ୍କ ପାଇଁ ବିଭାଗୀୟ ପ୍ରଶାସନକୁ ମଧ୍ୟ ବଦନାମ ହେବାକୁ ପଡିଥିଲା l ଶେଷରେ ବିବାଦୀୟ ପ୍ରଧାନ ଶିକ୍ଷକଙ୍କୁ ବଦଳି କରାଯାଇଛି l ଗତକିଛି ମାସ ହେବ ଦଶପଲ୍ଲା ବ୍ଲକ ରେ ଥିବା ଟାକରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦୈତାରୀ ବିଶ୍ଵାଳଙ୍କ ନାମରେ ଥିଲା ସଙ୍ଗୀନ ଅଭିଯୋଗ । ଯେମିତିକି ଅଭିଭାବକ ଆମର ଅଂଶୀଦାର ବୈଠକ ରୁ ଅଭିଭାବକ ଙ୍କୁ ଆକ୍ରୋଶ ମୂଳକ ଭାବରେ ତଡିଦେବା,
ସତ ଖବର ପ୍ରକାଶ କରିବାରୁ ଛାତ୍ରଛାତ୍ରୀ ଙ୍କୁ ପବର୍ତାଇ ସାମ୍ବାଦିକଙ୍କ ବିରୋଧରେ ଧାରଣାରେ ବସାଇବା, ବିଦ୍ୟାଳୟ ପରିଚାଳନା କମିଟି ବିଦ୍ୟାଳୟ ର ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକ ଙ୍କୁ ଜଣାଇବାରୁ ପରିଚାଳନା କମିଟି କୁ ଅଣଦେଖା କରିବା, ଦଶମ ଶ୍ରେଣୀ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସମସ୍ତ ବିଷୟ ପଢା ସରିନଥିବା ଭଳି ଅନେକ ସଙ୍ଗୀନ ଅଭିଯୋଗ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ରହିଥିଲା ଏ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜାଣିବା ପରେ ତଦନ୍ତ କରିଥିଲେ .

ପରେ ସତ୍ୟାସତ୍ୟ ଜାଣିବା ପରେ ଗତ ୯ ତାରିଖରେ ନୟାଗଡ଼ ଜିଲ୍ଲାପାଳ ଟାକରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୈତାରି ବିଶ୍ଵାଳ ଙ୍କୁ ଅନ୍ୟତ୍ର ବଦଳି କରିଥିଲେ l ପରବର୍ତ୍ତୀ ମୁହୂର୍ତ୍ତରେ ୧୧ ତାରିଖରେ ବିଦ୍ୟାଳୟରୁ କେନ୍ଦ୍ରୀୟ ମୁକ୍ତି ମଧ୍ୟ ହୋଇଥିଲେ ପ୍ରଧାନ ଶିକ୍ଷକ ।କିନ୍ତୁ ଆଜି ଦୈତାରି ବିଶ୍ଵାଳ ବିଦ୍ୟାଳୟ ରୁ ଯିବା ସମୟରେ କିଛି ଛାତ୍ରଛାତ୍ରୀ ଙ୍କୁ ପବର୍ତ୍ତାଇ ଯାଇଥିଲେ ଏବଂ ବିଦ୍ୟାଳୟ ପରିସର ରୁ ପୂର୍ବତନ ପ୍ରଧାନ ଶିକ୍ଷକ ବାହାରିବା ପରେ ପରେ ୧୦ ମିନିଟ ମଧ୍ୟରେ ଛାତ୍ରଛାତ୍ରୀ ମାନେ ଧାରଣାରେ ବସିବା ପାଇଁ ଉଦ୍ୟମ କରିଥିଲେ ।
ଏବଂ ଅଞ୍ଚଳବାସି ଛାତ୍ରଛାତ୍ରୀ ଙ୍କୁ ରାସ୍ତାରେ କାହା ପରାମର୍ଶ ରେ ବସିଛ ,ବିନା ପରାମର୍ଶରେ କେମିତି ବସିଲ ଏଭଳି କଥା କହିବାରୁ ଛାତ୍ରଛାତ୍ରୀ ମାନେ କୌଣସି ଠୋସ ଉତ୍ତର ଦେଇ ପାରିନଥିଲେ l ଏବଂ ଧାରଣରୁ ଉଠି ସ୍କୁଲ୍ କୁ ପୁନଶ୍ଚ ପଳାଇ ଯାଇଥିଲେ । ଜନସାଧାରଣ ଙ୍କ କହିବା ମୁତାବକ ଏଥିରୁ ସ୍ପଷ୍ଟ ଜଣାପଡୁଛି କାହାର ଏକ ସ୍ୱାର୍ଥରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କୁ ମୋହରା କରି ଏଭଳି କାଣ୍ଡ ଭିଆଯାଉଛି ।

ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଠପଢା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଭଳି କାଣ୍ଡ ଭିଆଇବା କେତେଦୂର ଠିକ ଏବଂ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ବିଦ୍ୟାଳୟ ଭଳି ଏକ ସାର୍ବଜନୀନ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ଙ୍କୁ ପ୍ରବର୍ତାଇ ରାଜରାସ୍ତା ରେ ବସାଇବା ସାଧାରଣ ରେ ଏକ ନିନ୍ଦନୀୟ ଘଟଣା ପାଲଟିଛି ।














