No Result
View All Result
୧୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଅବ୍ୟବହିତ ପୂର୍ବରୁ ନାଚୁଣୀ ମହାବିଦ୍ୟାଳୟ ରେ ନୁଆ-ଓ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସାରସ୍ଵତ ପ୍ରତି ଯୋଗିତା ଆଜି ମହାବିଦ୍ୟାଳୟ ର ପ୍ରେଖ୍ସାଳୟ ଗ୍ରୃହରେ ଉଦ୍ ଘାଟିତ ହୋଇ ଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ସର୍ବ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।

ଅଧ୍ୟକ୍ଷ ଶ୍ରୀ ବଳିୟାର ସିଂହ ଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଉଦ୍ ଘାଟନୀ ସଭାରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ, ନୋଡାଲ୍ ଅଧିକାରୀ ପ୍ରଫେସର ରାଜକିଶୋର ସାହୁ, ସାଂସ୍କୃତିକ ପରିଷଦ ର ଅଧ୍ୟକ୍ଷା ସମ ଡଃ ସୁଭଦ୍ରା ଭୋଳ, ଇଂରାଜୀ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସଂଘମିତ୍ରା ପଟ୍ଟନାୟକ,
ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ଧାରା ଉପରେ ସାରଗର୍ଭକ ଉଦ୍ ଵୋଧନ ଦେଇଥିଲେ। ଏହାପରେ ପ୍ରତିଯୋଗିତା କ୍ରମରେ ପ୍ରବନ୍ଧ କବିତା ଆବ୍ରୃତ୍ତି ଯୁକ୍ତ ତିନି ଓ ଯୁକ୍ତ ଦୁଇ ଶ୍ରେଣୀ ର ଛାତ୍ର ଛାତ୍ରୀ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଅଧ୍ୟାପିକା ସଂଘମିତ୍ରା ପଟ୍ଟନାୟକ, ଅରୁଣ କୁମାର ଦାଶ ଯୋଗ ଦେଇ କ୍ରୃତୀ ପ୍ରତିଭା ମାନଙ୍କ ର ମୂଲ୍ୟାଙ୍କନ କରିଥିଲେ ।

No Result
View All Result