• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଦ୍ରଭୂମି ସଂରକ୍ଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ – ସୁସ୍ଥ ପରିବେଶ ନୀରୋଗ ଜୀବନ

Proprietor Abhimanyu Maharana by Proprietor Abhimanyu Maharana
January 12, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଆଦ୍ରଭୂମି ସଂରକ୍ଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ – ସୁସ୍ଥ ପରିବେଶ ନୀରୋଗ ଜୀବନ
Share on FacebookShare on TwitterWhatsapp

୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦେଶକ୍ରମେ ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ପିଚୁକୁଳିସ୍ଥିତ ବୀଣାପାଣି ବିଦ୍ୟାମନ୍ଦିର ଓ ଅସରଳାସ୍ଥିତ ହରିହର ବିଦ୍ୟାପୀଠର ମିଳିତ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ଆଦ୍ରଭୂମି ସଂରକ୍ଷଣ ଓ ଜଳ ସଂରକ୍ଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ଭୁବନେଶ୍ୱରସ୍ଥିତ ପରିବେଶ ଶିକ୍ଷଣ କେନ୍ଦ୍ର ସହାୟତାରେ ଓ ପ୍ରଧାନ ଶିକ୍ଷକ ପାଣ୍ଡଵ ସାହୁ, କ୍ଷେତ୍ରମୋହନ ରଣା ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ଆଦ୍ରଭୂମି ସଂରକ୍ଷଣ ଓ ଜଳ ସଂରକ୍ଷଣ ସୁରକ୍ଷା ସଚେତନତା ରାଲି କରାଯାଇ ଅସରଳା ଗ୍ରାମ୍ୟ ପରିକ୍ରମା କରାଯାଇଥିଲା l

ଏହି ସଚେତନତା କାର୍ଯ୍ୟକ୍ରମରେ ସଂଯୋଜକ ଭାବରେ ଭୁବନେଶ୍ୱର ସ୍ଥିତ ଜଙ୍ଗଲ ଓ ପରିବେଶ ଶିକ୍ଷଣକେନ୍ଦ୍ରର କ୍ଷେତ୍ରଅଧିକାରୀ ଭରତ ଚନ୍ଦ୍ର ଜେନା, ବୀଣାପାଣି ବିଦ୍ୟାମନ୍ଦିରର ଉପାଧ୍ୟାକ୍ଷା ପ୍ରମୋଦିନୀ ମହାପାତ୍ର, ସହକାରୀ ଶିକ୍ଷୟତ୍ରୀ ସୁନିତା ସାହୁ, ବିନୋଦିନୀ ସାହୁ ଏବଂ ହରିହର ବିଦ୍ୟାପୀଠର ସହକାରୀ ଶିକ୍ଷକ ପ୍ରସନ୍ନ କୁମାର କର ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ଏହି ଆଦ୍ରଭୂମି ସଂରକ୍ଷଣ ଓ ଜଳ ସଂରକ୍ଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ 100 ଜଣ ଛାତ୍ରଛାତ୍ରୀମାନେ ଯୋଗଦେଇ ଗାଁ ଗାଁ ବୁଲି ଜଳ ସଂରକ୍ଷଣ, ପରିବେଶ ସୁରକ୍ଷା, ଜଳବାୟୁ ସୁରକ୍ଷା ଓ ନୂତନ ବୃକ୍ଷରୋପଣ କରିବାକୁ ହାତରେ ବ୍ୟାନର ଓ ପ୍ଲାଏ କାର୍ଡ ଧରି ସ୍ଲୋଗାନ ଦେଇ ଲୋକମାନଙ୍କୁ ବୁଝାଇଥିଲେ l

ମା, ମାଟି, ପରିବେଶ, ଜଳବାୟୁ, ଜଳ ସଂରକ୍ଷଣ ଓ ମାତୃଭାଷାକୁ ଭଲପାଇବା ପାଇବା ତଥା ଏହାର ସୁରକ୍ଷା କରିବା ପାଇଁ କ୍ଷେତ୍ରୀୟ ଅଧିକାରୀ ଭରତ ଚନ୍ଦ୍ର ଜେନା ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅସରଳା ଗ୍ରାମପଞ୍ଚାୟତ ସରପଞ୍ଚ ଶୁଭଲକ୍ଷ୍ମୀ ସୁନ୍ଦରାୟ, ମୁଖ୍ୟବକ୍ତା ଭାବେ କ୍ଷେତ୍ରୀୟ ଅଧିକାରୀ ଭରତ ଚନ୍ଦ୍ର ଜେନା ଓ ସଂମ୍ମାନିତ ଅତିଥିଭାବେ ସମିତିସଭ୍ୟା ସୁମିତ୍ରା ମହାପାତ୍ର, ୱାର୍ଡସଭ୍ୟ ଦିଲ୍ଲୀପ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ l

ଦିନମଜୁରିଆ ଲୋକମାନଙ୍କ ସହାୟତାରେ ଅସରଳା ଗ୍ରାମର ବ୍ରାହ୍ମଣ ସାହି ସ୍ଥିତ ମଙ୍ଗଳା ପୋଖରୀ ଦଳ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇ ଗ୍ରାମ ସଫେଇ ଓ ପୋଖରୀ ପାହାଚ ସଫେଇ କାର୍ଯ୍ୟ କରିଥିଲେ l ସୁସ୍ଥ ପରିବେଶ ଓ ନିର୍ମଳ ଜଳବାୟୁ ସମସ୍ତଙ୍କୁ ନୀରୋଗ ରଖିଥାଏ ବୋଲି ମୁଖ୍ୟ ଅତିଥି ଶୁଭଲକ୍ଷ୍ମୀ ସୁନ୍ଦରାୟ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ l ପରିଶେଷରେ ପ୍ରଧାନ ଶିକ୍ଷକ ପାଣ୍ଡଵ ସାହୁ ସମସ୍ତଙ୍କୁ ଧନ୍ୟବାଦ ସୁସ୍ଥ ତଥା ନୀରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Taneira reimagines ‘Solah Shringaar’ for the modern Indian woman with its new Diwali campaign

Taneira reimagines ‘Solah Shringaar’ for the modern Indian woman with its new Diwali campaign

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

VeDakshata : Creating Pathways to Livelihood for Rural Youth

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

October 7, 2026
Silver Gandhi demands regularisation of Contractual Teachers – Submitted Memorandum to CM

ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ – ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

October 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Taneira reimagines ‘Solah Shringaar’ for the modern Indian woman with its new Diwali campaign

Taneira reimagines ‘Solah Shringaar’ for the modern Indian woman with its new Diwali campaign

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

VeDakshata : Creating Pathways to Livelihood for Rural Youth

October 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version