No Result
View All Result
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :-> ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ନିମନ୍ତେ ଗତ କାଲି ଠାରୁ ଭୁବନରେ “ଜୟ ଜଗନ୍ନାଥ ଅର୍ପଣ ରଥ ” ସହର ପରିକ୍ରମା କରୁଛି । ଆଜି ଦ୍ୱିତୀୟ ଦିନରେ ନୁଆ ଭୁବନ ଶିବ ମନ୍ଦିର ରୁ ପୂଜାର୍ଚ୍ଚନା ପରେ ଓ ବନ୍ଦାପନା ପରେ ୱାର୍ଡ ନମ୍ବର ୨ ଓ ୩ ପରିକ୍ରମା କରି ଜଗନ୍ନାଥ ପ୍ରେମୀ ଭକ୍ତ ଙ୍କ ଠାରୁ ଗୁଆ ,ଅରୁଆ ଚାଉଳ ସଂଗ୍ରହ କରିଥିଲା ।

ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ,୩ ନମ୍ବର ୱାର୍ଡ କାଉନସିଲର ତଥା ଉପ ନଗରପାଳ ମାନିନୀ ସାହୁ , ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ,ନୋଡାଲ ଅଫିସର ହଳଧର ଦେହୁରୀ ଙ୍କ ସମେତ ସ୍ୱଚ୍ଛ ସାଥୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସଂକୀର୍ତ୍ତନ ମଣ୍ଡଳୀ ଓ ସହସ୍ରାଧିକ ଜଗନ୍ନାଥ ପ୍ରେମୀ ଭକ୍ତ ନୁଆ ଭୁବନ ଶିବ ମନ୍ଦିର ରୁ ବାହାରି ସମ୍ପୂର୍ଣ ୱାର୍ଡ ପରିକ୍ରମା କରିଥିଲେ ।;

“ଅର୍ପଣ ରଥ” ଯିବା ରାସ୍ତାରେ ମହିଳା ମାନେ ଝୋଟି ଚିତା ପକାଇ ପୂର୍ଣ୍ଣ କଳସୀ ବସାଇ ହୁଳହୁଳି ପକାଇ ରଥକୁ ସ୍ଵାଗତ କରି ଭକ୍ତି ର ସହ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରିଥିଲେ। ଭୁବନ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ତୁଷାର କାନ୍ତି ମିଶ୍ର ଲୋକଙ୍କ ଠାରୁ ଅରୁଆ ଚାଉଳ,ଗୁଆ ସଂଗ୍ରହ କରି ଆଶୀର୍ବାଦ କରିଥିଲେ । ହରିବୋଲ,ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ସାରା ସହର ପ୍ରକମ୍ପିତ ହୋଇଥିଲା ।

No Result
View All Result