No Result
View All Result
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଆର,ଉଦୟଗିରି ମିନି ଷ୍ଟାଡିୟମରେ ହେଉଥିବା କ୍ରୀଡା ଉତ୍ସବରେ ଆଜି ଯୋଗଦେଇଥିଲେ । ଛେଳିଗଡ ଅଞ୍ଚଳର ୨୧ ଜଣ ଛାତ୍ରଙ୍କୁ ନେଇ ଟାଟା ମେଜିକ ଡାଲା ଗାଡିରେ ଛେଳିଗଡ ଅଭିମୁଖେ ଯାଉଥିବା ବେଳେ ଅବାରସଂ ନିକଟରେ ଥିବା ଚମ୍ପାଘାଟି ବୁଲାଣିରେ ଡ୍ରାଇଭର ନିଜର ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା ।

ଯାହାଫଳରେ ଗାଡିର ପଛ ଡାଲାରେ ବସିଥିବା ୨୧ ଜଣ ଛାତ୍ର ଦୁର୍ଘଟଣାର ଶିକାର ହୋଇଥିବା ବେଳେ ସେଥିରୁ ଗୁରୁତ୍ବର ୭ ଜଣଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ଅବସ୍ଥା ଅତି ଗୁରୁତ୍ବର ଥିବା ବିକ୍ରମ ଦଳବେହେରା (15) ତପନ ମଣ୍ଡଳ (15) ହୋଇଥିବାରୁ ତାଙ୍କୁ ପାରଳାଖେମଣ୍ଡ ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି ।

୧୪ ଜଣ ଆର,ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି ହୋଇଛିନ୍ତି ବୋଲି ଜଣାପଡିଛି । ସେମାନେ ହେଲେ ଓୟସ କାର୍ଜି, ମହେଶ୍ବର ପ୍ରଧାନ, ସଂଗ୍ରାମ ମଣ୍ଡଳ, ସନ୍ତୋଷ କୁମାର ପ୍ରଧାନ, ସୋମ୍ବର ମଣ୍ଡଳ, ଶିବରାମ ରଇତ, ଭୂଷଣ ବଡମୁଣ୍ଡି, ପିଣ୍ଟୁ ପ୍ରଧାନ, ଜୋହାନ ରଇତ, ସାଗର ବେହେରା, ଚକ୍ରଧର ନାୟକ, ଅଭିୟ ମଣ୍ଡଳ, ଟାଟା ମେଜିକର ଡ୍ରାଇଭର ଜଣକ ଛେଳିଗଡ ସରକାରୀ ହାଇସ୍କୁଲର କ୍ରୀଡା ଶିକ୍ଷକ ।

ସେ ଡ୍ରାଇଭିଂ କରୁଥିବା ବେଳେ ଏପରି ଦୁର୍ଘଟଣା ହୋଇଛି । ତାକୁ ନେଇ ଏବେ ସାଧାରଣରେ ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରଙ୍କ ପକ୍ଷରୁ ପିଲାଙ୍କୁ କ୍ରୀଡା ପ୍ରତିଯୋଗିତାକୁ ନେବାକୁ ସମସ୍ତ ଖର୍ଚ ସରକାର ବହନ କରୁଥିବା ବେଳେ ପଶୁ ପକ୍ଷୀଙ୍କୁ ନେବା ଭଳି ଟାଟା ମେଜିକ ଗାଡିରେ କିଏ ଓ କାହିଁକି ନେଲା ତାହା ସାଧାରଣରେ ପ୍ରଶ୍ନ ଉଠୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି
ବିଦ୍ୟାଳୟ ପିଟି ଶିକ୍ଷକ କାହିଁକି ପ୍ରତିଯୋଗିତାମାନଙ୍କୁ ନିଜେ ଡ୍ରାଇଭିଂଙ୍କି ନେଇଥିଲେ । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଉତ୍ସବରେ ସ୍ଥାନୀୟ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ପୁଲିସ ଅଧିକାରୀ ବାବୁମାନେ ଥାଇ ଶିକ୍ଷକ ଜଣକ ଏକ ଡାଲା ଗାଡିରେ ଛାତ୍ରମାନଙ୍କୁ ନେଇ ଆସୁଥିବା ବେଳେ ଯଦି ଅଟକାଯାଇଥାନ୍ତା ତାହାହେଲେ ଏହି ଦୁର୍ଘଟଣାରୁ ଛାତ୍ରମାନେ ରକ୍ଷା ପାଇପାରେନ୍ତେ ବୋଲି ସାଧାରଣରେ ର୍ଚଛା ହେଉଛି ।

No Result
View All Result