No Result
View All Result

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକର ଲିଳିଗଡ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ. କୁମାର ମଧ୍ୟ ଯୋଗ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ସମୁଦାୟ ୬୫ଟି ଅଭିଯୋଗ ଶୁଣାଣୀ କରିଥିଲେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ। ୬୫ ଟି ଅଭିଯୋଗ ଶୁଣାଣି ମଧ୍ୟରୁ ଗୋଷ୍ଟି ଗତ ଅଭିଯୋଗ ୩୭ଟି ହୋଇଥିବା ଏକତ୍ରିକରଣ ଅଭିଯୋଗ ୨୮ଟି ହୋଇଥିଲା ।

ସେଥି ମଧ୍ୟରୁ ୫ ଜଣ ଭିନ୍ନକ୍ଷମଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମା ଶଙ୍କର ମଲିକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ଆଶିଷ କୁମାର ଶତପଥୀ, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞାଯିତ ପାଢ଼ୀ, ସରପଞ୍ଚ ବାସନ୍ତୀ ମଲ୍ଲିକ, ସମିତି ସଭ୍ୟ ମୁନା ମଲ୍ଲିକ,

ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଙ୍କ ସମେତ ପୂର୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାକର ସେଠୀ, ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ବ୍ଲକ ଯୋଗାଣ ଅଧିକାରୀ ଜୀବନ ଜ୍ୟୋତି ପାଣିଗ୍ରାହୀ,

ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା ଙ୍କ ସମେତ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ସହ ବ୍ଲକ ଏବଂ ଜିଲ୍ଲା ର ସମସ୍ତ ବିଭାଗୀୟ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଗୁଡ଼ିକ ସମାଧାନ କରିଥିଲେ। ଏହି ଅଭିଯୋଗ ଶୁଣାଣୀ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ଅଞ୍ଚଳବାସି ଜିଲ୍ଲାପାଳକୁ ସାଧୁବାଦ ଦେବାସହ ଲୋକଙ୍କ ଜିଲ୍ଲାପାଳ ବୋଲି ମତ ପ୍ରକାଶ କରିଥିଲେ।

No Result
View All Result