No Result
View All Result
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୋହନା ବ୍ଲକ ଗସ୍ତରେ ଆସି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ କୁ ସ୍ଵାଗତ କରିବା ସହ ଶୁଭାରମ୍ଭ କରିବା ସଙ୍ଗେ ଘର ଘର ବୁଲି ଚାଉଳ ଓ ଗୁଆ ମାଗିଥିଲେ ।

ଏହି ଶୁଭାରମ୍ଭ ସମୟରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର ଙ୍କ ସମେତ ଶିଶୁ ବିକାଶ ଅଧିକାରିଣୀ ମମତା ମଲ୍ଲିକଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ଆଶିଷ କୁମାର ଶତପଥୀ, କନିଷ୍ଟ ଯନ୍ତ୍ରୀ ପ୍ରଜ୍ଞାଜିତ ପାଢ଼ୀ,

ସେକ୍ସନ ଅଫିସର ବେଣୁଧର ଚଣ୍ଡ ଙ୍କ ସମେତ ସମସ୍ତ କର୍ମଚାରୀ ଙ୍କ ସହ ଗ୍ରାମ ମନ୍ଦିର ମୁଖ୍ୟ ପ୍ରତାପ ପାତ୍ର ଙ୍କ ସମେତ ଗ୍ରାମର ମହିଳା ମାନେ ଆଡମ୍ବର ସହ ରଥ କୁ ସ୍ଵାଗତ କରିବା ସଙ୍ଗେ ତାଳ ମୃଦଙ୍ଗ ଘଣ୍ଟ ସହ କୀର୍ତ୍ତନ କରି ମୋହନା ଗ୍ରାମର ସମସ୍ତ ସାହି ବୁଲି ଗୁଆ ଓ ଚାଉଳ ସଂଗ୍ରହ କରିଥିଲେ ।

ଏହି ସମାରୋହରେ ଜିଲ୍ଲାପାଳ ଉପସ୍ଥିତ ରହି ଉପସ୍ଥିତ ଜନସାଧାରଣ ଏବଂ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ। ଏହି ସବୁ ଦାନ ସଂଗ୍ରହ ପୁରୀ ଜଗନ୍ନାଥଙ୍କ ନିକଟକୁ ପଠାଯିବ ବୋଲି ଜଣାପଡିଛି ।


No Result
View All Result