ଓଡିଶା ତାଜା ନ୍ୟୁଜ୍ (୨୨ ଜୁଲାଇ ବୁଧବାର) ନୂଆଦିଲ୍ଲୀ :- ଓଡ଼ିଶାରୁ ରାଜ୍ୟସଭାକୁ ମାର୍ଚ୍ଚ ୨୬ରେ ଅନୁଷ୍ଠିତ ନିର୍ବାଚନରେ ନିର୍ବାଚିତ ହୋଇଥିବା ୪ ସଦସ୍ୟ ଆଜି ଦିଲ୍ଲୀରେ ଶପଥ ଗ୍ରହଣ କରିବେ । ଏଥିରେ ମମତା ମହନ୍ତ,ସୁବାସ ସିଂ, ମୁନ୍ନା ଖାଁ, ଏବଂ ସୁଜିତ କୁମାର ରାଜ୍ୟସଭା ସଭ୍ୟ ଭାବେ ଶପଥ ନେବେ । ମାତ୍ର କରୋନା କଟକଣା ଯୋଗୁଁ ସଦସ୍ୟ ମାନେ ଦିଲ୍ଲୀ ଯାଇପାରିନଥିଲେ ।
ସେହିପରି କରୋନା ଯୋଗୁଁ ସଂସଦରେ ଅଧିବେଶନ ଚାଲୁ ନଥିବାରୁ ରାଜ୍ୟସଭା ହାଉସ ଅଫ ଚାମ୍ବରରେ ଏହି ସଭ୍ୟମାନେ ଶପଥ ପାଠ କରିବେ ବୋଲି ଜଣାପଡ଼ିଛି ।