ବିଶ୍ଵବାଣୀ ସାମ୍ବାଦିକ ବିନୋଦ କୁମାର ସାହୁ ଓ ସାମ୍ବାଦିକ ଯଦୁନାଥ ସାମନ୍ତରାୟ ହେଲେ ସମ୍ମାନିତ
ବ୍ରହ୍ମଗିରି ଘୋଡ଼ା ନାଚ ଓ ପପୁ ପମ ପମ କମେଡି ଦର୍ଶକଙ୍କୁ ବାନ୍ଧି ରଖିଲା
ପୂର୍ବତନ ମନ୍ତ୍ରୀ ଅରୁଣଙ୍କ ଆଗମନ ବଢ଼େଇଲା ଦର୍ଶକଙ୍କ ସଂଖ୍ୟା
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା, ରଣପୁରରେ ଗତ ପାଞ୍ଚ ତାରିଖରୁ ଆରମ୍ଭ ହୋଇ ପାଞ୍ଚଦିନ ବ୍ୟାପି ମହା ଆଡ଼ମ୍ବରରେ ପାଳିତ ହୋଇ ଆସୁଥିବା ରଣପୁର ମହୋତ୍ସବରେ ରାଜ୍ଯର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ମାନେ ସାସ୍କୃତିକ କାର୍ଯ୍ୟକୁ ଅତୀବ ମନୋହର କରାଇ ପାରି ଦର୍ଶକ ମାନଙ୍କ ସଂଖ୍ୟାକୁ ଅହେତୁକ ବୃଦ୍ଧି କରିଥିଲେ।
ଆଜି ଉଦଯାପନୀ ଉତ୍ସବରେ ପୁର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ମହୋତ୍ସବ କମିଟି ସଂଯୋଜକ ତଥା ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ମାନେ ନୟାଗଡ଼ ଜିଲ୍ଲା ପରିଷଦ ପିଡି ଶ୍ରୀ ସୁଚାରୁ ବଳ,
ଅବସର ପ୍ରାପ୍ତ ସଭାପତି ଶ୍ରୀ ନାରାୟଣ ମହାପାତ୍ର, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଶ୍ରୀ ବିଶ୍ବରଂଜନ ପଟ୍ଟନାୟକ, ଆତ୍ମା ର ଅଧ୍ୟକ୍ଷା ନର୍ମଦା ରାୟ, ରଣପୁର ମହୋତ୍ସବ କମିଟିର ଆବାହକ ପୂର୍ଣ୍ଣ ଚନ୍ଦ୍ର ରାୟ ପ୍ରମୁଖ ଯୋଗ ଦେଇଥିଲେ । ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ସଭାପତିତ୍ବ କରିବା ସହ ସଭା ପରିଚାଳନା କରିଥିଲେ।
ବିଭିନ୍ନ ରକମର ଦୋକାନ ବଜାର ଓ ମୀନବଜାର ମହୋତ୍ସବର ଶୋଭା ବର୍ଦ୍ଧନ କରୁଥିଲା । ମୁଖ୍ୟ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଧୂପ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଅନ୍ୟ ଅତିଥି ମାନେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଡଃ ଅରୁଣ ସାହୁ ମହୋତ୍ସବ ହେବା ଦ୍ବାରା ବ୍ୟବସାୟୀ ମାନଙ୍କ ଭଲ ବେପାର ସହ
ଲୋକ ମାନେ ସୁବିଧାରେ ନିଜ ପସନ୍ଦ ମୁତାବକ ଜିନିଷ କ୍ରୟ କରିବା ଦ୍ଵାରା ଜନ ସାଧାରଣଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ହେବ ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ପଟ୍ଟନାୟକ କହିଲେ ଯେ ସେତ ମହୋତ୍ସବର ସଂଯୋଜକ, ତାଂକୁ ମୁଖ୍ୟ ବକ୍ତା କରି ମଞ୍ଚରେ ଅତିଥି ଭାବେ ବସିବା ଶ୍ରେୟସ୍କର ନୁହେଁ
ଏଣୁ ମଞ୍ଚ ଉପରକୁ ଯାଇ ସ୍ଥାନ ଅଳଙ୍କୃତ କରିବା ପାଇଁ ବାରମ୍ବାର ଡକା ଯାଇଥିଲେ ବି ମଞ୍ଚ ଉପରକୁ ଯିବାକୁ ଇଛା ନ ଥିଲେ ବି ବିଳମ୍ବରେ ମଂଚ ଉପରକୁ ଯିବାକୁ ବାଧ୍ୟ ହେଲେ । କୃତ୍ତି ସରପଞ୍ଚ, ସମିତି ସଭ୍ୟ, ସ୍ୱେଚ୍ଛା ସେବୀ, କଳାକାର, ସାମ୍ବାଦିକ ଓ ରାଜ ନେତା ମାନଙ୍କୁ ଅତିଥି ମାନେ ଟ୍ରଫି ସହ ଉତ୍ତରୀୟ ଦେଇ ସମ୍ମାନିତ କଲେ ।
ମହୋତ୍ସବ କମିଟିର ଆବାହକ ପୂର୍ଣ୍ଣ ଚନ୍ଦ୍ର ରାୟ ଜନ ସମୁଦ୍ର ଦେଖି ମହୋତ୍ସବ କରାଇବା ସାର୍ଥକ ହୋଇଛି ବୋଲି ମତ ବ୍ୟକ୍ତ କରିଥିଲେ। ରଣପୁର ପୋଲିସ୍ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ସୁଚାରରୂପେ ପ୍ରତିପାଦନ କରିଥିଲେ। ସର୍ବପରି ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହିତ ପରି ସମାପ୍ତ ହୋଇଥିଲା ।