No Result
View All Result
୮ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ପଞ୍ଚାୟତ ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା ଆରମ୍ଭ କରିଅଛି।ଏହି ଜଗନ୍ନାଥ ରଥ କୁ ନିରାକାରପୁର ପଞ୍ଚାୟତ ସରପଂଚ କାଦମ୍ବିନୀ ବେହେରା, ସମିତି ସଭ୍ୟ ଙ୍କ ପ୍ରତିନିଧି ତଥା ଯୁବ ନେତା ଶୁଭମ ଦାଶ, ବରିଷ୍ଠ ନେତା ବିପିନ କୁମାର ଜୟସିଂହ, ପଞ୍ଚାୟତ ଏକଜ୍ୟୁଟିଭ ଅଫିସର ସଂଜୀପ କୁମାର ପାଇକରାୟ, ନିରାକାରପୁର ପଞ୍ଚାୟତ ଜିଆରଏସ ସୁବାସ ଚନ୍ଦ୍ର ଚଂପତି, ରାମେଶ୍ବର ପଞ୍ଚାୟତ ଜିଆରଏସ ଗୋପାଳ ଚରଣ ବେହେରା , ଲେଣ୍ଡୁ ପଞ୍ଚାୟତ ଏକଜ୍ୟୁଟିଭ ଅଫିସର ବିକ୍ରମ କୁମାର ପାହାଡ଼ସିଂହ ଓ ୱାର୍ଡ ସଭ୍ୟ ମାନେ ପ୍ରମୁଖ ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚନା ସହିତ ଶୁଭ ଉଦଘାଟନ କରିଥିଲେ।
ଜଗନ୍ନାଥ ସଂସ୍କୃତିର ପ୍ରଚାର, ସଂରକ୍ଷଣ ଏବଂ ସୁରକ୍ଷା ନିମନ୍ତେ ଓ ସମଗ୍ର ଓଡ଼ିଶାର ଜନସାଧାରଣ ଙ୍କୁ ଏହି ମହାନ ସଂସ୍କୃତି ସହ ଜଡିତ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚରେ ରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥ କୀର୍ତ୍ତନ ମଣ୍ଡଳୀ ସହ ଆଜି ପ୍ରଥମ ଦିବସରେ ଟାଙ୍ଗୀ ବ୍ଲକର ୩ ଟି ପଂଚାୟତରେ ପରିକ୍ରମା କରି ପ୍ରତ୍ୟେକ ଗୃହରୁ ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲା । ଏହି ପରିକ୍ରମା ରଥ ସହିତ ଉତ୍ସାହୀ ଗ୍ରାମବାସୀ ଓ ସଙ୍କୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ। ଘଣ୍ଟ , ଘଣ୍ଟା, ଓ ହରିବୋଲ , ହୁଳହୁଳୀରେ ଅର୍ପଣ ରଥ ପରିକ୍ରମା କରିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଗାମୀ ଜାନୁୟାରୀ ୧୫ ତାରିଖ ମଧ୍ୟରେ ଏହି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟ ସମାପନ ହୋଇ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦର୍ଶନ ନିମନ୍ତେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ଭକ୍ତମାନେ ଯିବା ସମୟରେ ନିଜ ସହିତ ସଂଗୃହିତ ଅରୁଆ ଚାଉଳ ଓ ଗୁଆ ନେଇ ପୁରୀ ଶ୍ରୀମନ୍ଦିରରେ ପ୍ରଦାନ କରାଯିବ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

No Result
View All Result