ରଣପୁର ମହୋତ୍ସବ ଅର୍ଜ୍ଜୁନ – ୨୦୨୪ ଭଳି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଶହୀଦ ଙ୍କ ପାଇଁ ଉତ୍ସର୍ଗିକୃତ ହେଉଥିବା ବେଳେ ଷ୍ଟେଜରେ ଲାଗିଥିବା ବ୍ୟାନର , ପୋଷ୍ଟରରେ ଶହୀଦ ଙ୍କ ଫଟୋ ଦେଖିବାକୁ ମିଳୁନାହିଁ ଏହାକୁ ନେଇ ଏକ ଚର୍ଚ୍ଚା ଜୋର ଧରିଛି ।
୮ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ବାଘ ସାମନ୍ତ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନ ୨୦୨୪ ର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଭରପୂର ଦର୍ଶକଙ୍କ ଗହଣରେ ତୃତୀୟ ସନ୍ଧ୍ୟାରେ ସମ୍ବଲପୁରୀ ନୃତ୍ୟ, ଗୋପଲୀଳା, ଲାବଡି, ବିହୁ, ଘୁମୁର ଭଳି ବିଭିନ୍ନି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଲୋକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।
ତୃତୀୟ ସନ୍ଧ୍ୟାରେ ମହୋତ୍ସବ କମିଟି ଅଧ୍ୟକ୍ଷ, ସ୍ଥାନୀୟ ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ବୀରମହାରଜପୁର ବିଧାୟକ ପଦ୍ମନାଭ ବେହେରା, ମୂଖ୍ୟ ବକ୍ତା ଭାବେ ନୟାଗଡ ଏ.ଡି.ଏମ. ଦିଲ୍ଲିପ କୁମାର ବଳ, ସମ୍ମାନୀତ ଅତିଥି ଭାବେ ରଣପୁର ବିଡିଓ ସୁଧିର କୁମାର ନାୟକ,
ଅନ୍ୟତମ ଅତିଥି ଭାବେ ଶରଣକୂଳ ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାସ, ଗୋଡିପଡା ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ପଢୀହାରୀ, ମହୋତ୍ସବ କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣ୍ଣଚନ୍ଦ୍ର ରାୟ ପ୍ରମୂଖ ଉପସ୍ଥିତ ଥିଲେ । ଅପରାହ୍ଣ ସାଢେ ୪ ଘଟିକା ଠାରୁ ସାଢେ ୫ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତିଯୋଗିତା କରାଯାଇଥିଲା ।
-
ଓଡ଼ିଶା ତାଜା ନ୍ୟୁଜ୍ ରେ ୪ ତାରିଖ ଦିନ ସନ୍ଧ୍ୟା ୫ ଘଟିକା ସମୟରେ ଲାଇଭ ଟେଲିକାଷ୍ଟ ହୋଇଥିଲା ଯେଉଁଥିରେ ଶହୀଦ ପରିବାର ଙ୍କୁ କିଭଳି ଅବହେଳିତ କରାଯାଇଛି ବୋଲି ଅଭିଯୋଗ କରିଥିଲେ । ଯାହାଫଳରେ ସବୁ ଗଣମାଧ୍ୟମ ତତ୍ପର ହୋଇ ଉଠିଥିଲେ । ଏବଂ ଏହାର ପ୍ରଭାବରେ ଚେଇଁ ଉଠିଥିଲେ ମହୋତ୍ସବ କମିଟି ।
-
କମିଟି ଅଧକ୍ଷ ତଥା ବିଧାୟକ ସତ୍ୟନାରୟଣ ପ୍ରଧାନ , ରଙ୍ଗୀନ ମହାନ୍ତି ଓ ସମ୍ପାଦକ ଦେବାଶିଷ ପଟ୍ଟନାୟକ ଙ୍କୁ ସାଙ୍ଗରେ ଧରି ୭ ତାରିଖ ଦିନ ସକାଳ ୯ ଘଟିକା ସମୟରେ ପହଞ୍ଚିଥିଲେ ଶହୀଦ ପରିବାର ଙ୍କ ପାଖରେ । ତେବେ ଶହୀଦ ପରିବାର ଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସମ୍ମାନିତ କରିବା ପରେ ରଣପୁର ମହୋତ୍ସବ ଅର୍ଜ୍ଜୁନ – ୨୦୨୪ କୁ ନିମନ୍ତ୍ରଣ କରିଥିଲେ
ଏହି କୁଇଜ ପ୍ରତିଯୋଗିତାକୁ ପ୍ରାଧ୍ୟାପକ ବିଜୟ କୁମାର ଜେନା, ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଚିତରଂଜନ ଦାଶ, ଜ୍ୟୋତି ରଞ୍ଜନ ଦାଶ, ପ୍ରଭାତ କୁମାର ପଣ୍ଡା, ମାନସ ରଂଜନ ପଟ୍ଟନାୟକ ପ୍ରମୂଖ ପରିଚାଳନା କରିଥିଲେ । କୁଇଜ କାର୍ଯ୍ୟକ୍ରମ ପରେ ବିଭିନ୍ନ ବିଦ୍ୟାଳୟ ଓ ଆଂଚଳିକ କୁନି କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଓଡିଆ ଧାରାବାହିକ “ସିନ୍ଦୁରର ଅଧିକାର” ର ଅଭିନେତା ଆରବ ଓ ଅଭିନେତ୍ରୀ ଇତିଙ୍କ ସଂଳାପରେ ଦର୍ଶକ ବିମୋହିତ ହୋଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଆସିଥିବା ସମ୍ବଲପୁରୀ ନୃତ୍ୟ, ବରଗଡର ଗୋପଲୀଳା,
ପୁରୀ ସିଙ୍ଘାରୀ ଏଟଂରଟେନମେଂଟର ଟ୍ରାକ୍ ସିଙ୍ଗର ମଡର୍ଣ୍ଣ ଡ୍ୟାନ୍ସ, ନଟରାଜ ଏକାଡେମୀର ମହାରାଷ୍ଟ୍ର ଲାବଡି, ଆସାମ ବିହୁ ଓ ରାଜସ୍ଥାନ ଘୁମୁରା ଆଦି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକମାନଙ୍କୁ ବିମୋହିତ କରିଥିଲା । ମୀନା ବଜାର, ଦୋଳି ଓ ବିଭିନ୍ନ ଦୋକାନ ବଜାରରେ ପ୍ରବଳ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ପୋଲିସ ବିଭାଗ ଓ ଦମକଳ ବାହିନୀ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।