No Result
View All Result
୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନାଚୁଣୀ :-> ବାଣପୁର ବ୍ଲକର ନାଚୁଣୀ ସ୍ଥିତ ଗୋଦାବରୀଶ ସରକାରୀ ହାଇସ୍କୁଲ ଖେଳ ପଡିଆ ରେ ଗତ ୨ ତାରିଖରୁୁ ଆରମ୍ଭ ହୋଇଥିବା “#ନୂଆ- ଓ” କ୍ରୀଡା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଆମନ୍ତ୍ରିତ ଅତିଥି ଭାବେ ବିଡ଼ିଓ ଶୀତଲ ଅଗ୍ରୱାଲ, ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା ,ବାଣପୁର ଏନ୍ ଏ ସି ଅଧ୍ୟକ୍ଷ ମିଟୁ ନାୟକ,ବାଣପୁର ଵ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ନାଚୁଣୀ ସରପଞ୍ଚ ସ୍ବପ୍ନାଞ୍ଜଳୀ ପଲାଇ, ବାଲୁଗାଁ ଏନ୍ ଏ ସି କାଉନସେଲର ଅଭିମନ୍ୟୁ ସ୍ବାଇଁ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ବାଣପୁର ଵ୍ଲକ ଓ ଏନ୍ ଏ ସି ର ୧୩ ରୁ ୩୫ ବୟସ ଉଭୟ ପୁଅ ଝିଅ ଖେଳାଳି ଭାଗ ନେଇ ଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ହକି, ଫୁଟବଲ,ଭଲିବଲ, ଖୋଖୋ, କବାଡି, କ୍ରିକେଟ ଆଦି ୫ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଦାବରୀଶ ସରକାରୀ ହାଇସ୍କୁଲର କ୍ରୀଡା ଶିକ୍ଷକ ସୌମ୍ୟକାନ୍ତ ସାହୁ ଓ ଗମ୍ଭାରିମୁଣ୍ଡା ପତିତପାବନ ସରକାରୀ ହାଇସ୍କୁଲ ର କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ଜେନା ଖେଳ ପରିଚାଳନା କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ସହିତ ପୁରସ୍କାର ବିତରଣ କରାଯାଇଥିଲା ।
No Result
View All Result