NCC ଛାତ୍ର ଛାତ୍ରୀମାନେ ସମ୍ପୂର୍ଣ ରୂପେ ସହଯୋଗ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି

୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ମହାବିଦ୍ୟାଳୟ ପରିସର ରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ତରଫରୁ ଏକ ଯୋଗ ଶିକ୍ଷା ଶିବିର ଓ ମହାବିଦ୍ୟାଳୟ ପରିସର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ସତ୍ୟନାରାୟଣ ମିଶ୍ର ଛାତ୍ର ଛାତ୍ରୀ ଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ.
ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଶିଷ କୁମାର ଦାସ ଏଥିରେ ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟର +୨ ଓ +୩ ର ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏହି ସାମାଜିକ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ସୁଧାକର ପଣ୍ଡା ଅନ୍ୟାନ୍ୟ କର୍ମକର୍ତ୍ତା ଶ୍ରୀଯୁକ୍ତ ଭାଗ୍ୟଧର ସ୍ୱାଇଁ ଶ୍ରୀମତୀ ଉର୍ମିଳା ସାହୁ, ବିଜୟକୁମାର ମହାପାତ୍ର ,

ବିଶ୍ବଭୂଷଣ ପଟ୍ଟନାୟକ,ଆଲିସା କେରକେଟା, ସର୍ବେଶ୍ଵର ସାହୁ ଓ NCC ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ କାର୍ଯ୍ୟକ୍ରମ ଶେଷ ରେ ଶ୍ରୀଯୁକ୍ତ ବିଜୟ କୁମାର ମହପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଆଜି ଠାରୁ ତାରିଖ ୧୧.୦୧.୨୦୨୪ରିଖ ପଯ୍ୟନ୍ତ
ବିଭିନ୍ନ ସଚେତନ ଧର୍ମୀ ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ଦୂରୀକରଣ, ନିଶା ନିବାରଣ ,AIDS ସଚେତନତା କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂରୀକରଣ ଅନୁଷ୍ଠିତ ହେବ . NCC ଛାତ୍ର ଛାତ୍ରୀମାନେ ସମ୍ପୂର୍ଣ ରୂପେ ସହଯୋଗ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି .





















